କେଉଁ ପରିସ୍ଥିତିରେ ବିମାନ କରିଥାଏ ଏମର୍ଜେନ୍ସି ଲ୍ୟାଣ୍ଡିଂ, ଏଥିପାଇଁ କ’ଣ ନିୟମ ରହିଛି

ନୂଆଦିଲ୍ଲୀ: ଗତ ୭ ଦିନରେ ବିମାନକୁ ବୋମାରେ ଉଡ଼ାଇଦେବା ଭଳି ଧମକ ମିଳୁଥିବା ଖବର ସାମ୍ନାକୁ ଆସୁଛି । ଏଭଳି ଧମକ ଉଭୟ ବିମାନରେ ଥିବା ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ମନରେ ଭୟ ସୃଷ୍ଟି କରିଥାଏ । ଏଭଳି ସ୍ଥିତିରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାଇଲଟ୍ ବିମାନର ଜରୁରୀକାଳୀନ ଅବତରଣ କରିଥାନ୍ତି । ଏହା ବ୍ୟତୀତ ଅନ୍ୟାନ୍ୟ ପରିସ୍ଥିତିରେ ମଧ୍ୟ ବିମାନର ଜରୁରୀକାଳୀନ ଅବତରଣ କରାଯାଏ । ଆସନ୍ତୁ ଜାଣିବା ସେ ବିଷୟରେ ।

୧. ଇଞ୍ଜିନ ସମସ୍ୟା: ବିମାନର ଇଞ୍ଜିନରେ ଟେକ୍ନିକାଲ ସମସ୍ୟା ଦେଖାଗଲେ ଇଞ୍ଜିନ ବନ୍ଧ ହୋଇଯାଏ କିମ୍ବା କିଛି ଅସାଧାରଣ ଶବ୍ଦ ସୃଷ୍ଟି ହୋଇଥାଏ । ଫଳରେ ପାଇଲଟଙ୍କୁ ଏମର୍ଜେନ୍ସି ଲ୍ୟାଣ୍ଡି କରାଇବାକୁ ପଡ଼ିଥାଏ ।

୨. ଇଲେକ୍ଟ୍ରିକାଲ ଫେଲୁଅର: ବିମାନର ଇଞ୍ଜିନ ବ୍ୟତୀତ ଇଲେକ୍ଟ୍ରିକାଲ ସିଷ୍ଟମରେ ମଧ୍ୟ କିଛି ତୃଟି ରହିଲେ ନାଭିଗେସନ୍ ଲାଇଟ୍ କାମ କରିବା ବନ୍ଦ କରିଦେଇଥାଏ । ଏହା ଲ୍ୟାଣ୍ଡିଂ ସମୟରେ ସମସ୍ୟା ସୃଷ୍ଟି କରିପାରେ ।

୩. ପାଇଲଟଙ୍କ ସ୍ୱାସ୍ଥ୍ୟବସ୍ଥା: ବେଳେ ବେଳେ ମଝି ଆକାଶରେ ପାଇଲଟଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯିବାର ସମ୍ଭାବନା ଦେଖାଦେଇଥାଏ । ଏଭଳି ସ୍ଥିତିରେ ସହ ପାଇଲଟ୍ ସୁରକ୍ଷିତ ଭାବେ ବିମାନର ଜରୁରୀକାଳୀନ ଅବତରଣ କରିଥାଏ ।

୪. ଖରାପ ପାଗ: ବିମାନର ଜରୁରୀକାଳୀନ ଅବତରଣ ପାଇଁ ଖରାପ ପାଗ ମଧ୍ୟ ଦାୟୀ ଅଟେ । ବର୍ଷା, ତୁଷାରପାତ, ପ୍ରବଳ ପବନ, ଝଡ଼ ତୋଫାନ ଇତ୍ୟାଦି ବିମାନ ଉଡ଼ାଣରେ ବାଧା ସୃଷ୍ଟି କରିଥାଏ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାଇଲଟ ବିମାନର ଜରୁରୀକାଳୀନ ଅବତରଣ କରିଥାନ୍ତି ।

୫. ଇନ୍ଧନ ଅଭାବ: ବେଳେ ବେଳେ ଟେକ୍ନିକାଲ ସମସ୍ୟା ଯୋଗୁ ଇନ୍ଧନ ସ୍ତର ଡେଞ୍ଜର ମୋଡକୁ ପହଂଚିଯାଏ । ଏଭଳି ସ୍ଥିତିରେ ଇନ୍ଧନ ଶେଷ ହେବା ପୂର୍ବରୁ ପାଇଲଟକୁ ସୁରକ୍ଷିତ ସ୍ଥାନ ଦେଖି ବିମାନର ଜରୁରୀକାଳୀନ ଅବତରଣ କରାଇବାକୁ ପଡ଼ିଥାଏ ।

ବିମାନର ଜରୁରୀକାଳୀନ ଅବତରଣ ପାଇଁ କ’ଣ ପ୍ରକ୍ରିୟା ରହିଛି

ବିମାନର ଜରୁରୀକାଳୀନ ଅବତରଣ କରାଇବା ନିଷ୍ପତ୍ତି କେବଳ ପାଇଲଟ ନେଇନଥାଏ । ଏଥିପାଇଁ ପାଇଲଟଙ୍କୁ ମଧ୍ୟ କିଛି ପ୍ରକ୍ରିୟା ପାଳନ କରିବାକୁ ପଡ଼ିଥାଏ । ଜରୁରୀକାଳୀନ ଅବତରଣ ପୂର୍ବରୁ ପାଇଲଟଙ୍କୁ ପ୍ରଥରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ(ATC)କୁ ସ୍ଥିତି ବିଷୟରେ ସୂଚନା ଦେଇଥାନ୍ତି । ATC ସ୍ଥିତିର ଗମ୍ଭୀରତାକୁ ବୁଝି ପାଇଲଟଙ୍କୁ ସୁରକ୍ଷିତ ଲ୍ୟାଣ୍ଡିଂ କରିବା ପାଇଁ ନିର୍ଦ୍ଦେଶ ଦେଇଥାନ୍ତି । ଜରୁରୀକାଳୀନ ଅବତରଣ ବିଷୟରେ ପାଇଲଟ କ୍ରୁ ଏବଂ ଯାତ୍ରୀଙ୍କୁ ମଧ୍ୟ ସୂଚିତ କରାଇଥାଏ ।

Get real time updates directly on you device, subscribe now.