ଏହି ପ୍ରକାର କମ୍ବିନେସନ୍ ଭଲ ବୈବାହିକ ସମ୍ପର୍କର ଲକ୍ଷଣ । ଆଜି ଆମେ ଆପଣଙ୍କୁ ଏହାର ଫାଇଦା ସମ୍ପର୍କରେ ପ୍ରକାଶ କରୁଛୁ
୧. ଇନ୍ସିକ୍ୟୁରିଟି ହୁଏନି
କମ୍ ବୟସର ଯୁବକଙ୍କଠାରେ ଅନେକ ସମୟରେ ନିଜ ପରିଚୟ, ପ୍ରତିଷ୍ଠା ସହ ଯୁବତୀଙ୍କୁ ନେଇ ଇନ୍ସିକ୍ୟୁରିଟି ରହିଥାଏ । ଅନେକ କ୍ଷେତ୍ରରେ ସେମାନେ ଅଧିକ ମାଚ୍ୟୁଅର ହୋଇ ନଥାନ୍ତି । ଫଳରେ ସେମାନେ ଅଧିକାଂଶ ସମୟରେ ନିଜ ମହିଳା ପାର୍ଟନରଙ୍କ ଉପରେ ସନ୍ଦେହ ମଧ୍ୟ କରିଥାନ୍ତି । କିନ୍ତୁ ଯୁବତୀଙ୍କଠାରୁ ଅଧିକ ବୟସର ପୁରୁଷଙ୍କଠାରେ ପ୍ରାୟତଃ ଏପରି ସମସ୍ୟା ଦେଖାଯାଇ ନଥାଏ । ସେମାନେ ଅନେକ ବୁଦ୍ଧିମାନର ସହ ସବୁ କାମ କରିଥାନ୍ତି ।
୨. ଝଗଡ଼ା କମ୍ ହୁଏ ଏବଂ ମାଚ୍ୟୁରିଟି ଅଧିକ ଦେଖାନ୍ତି
ଅଧିକ ବୟସର ପୁରୁଷ କମ୍ ବୟସର ଯୁବତୀଙ୍କ ତୁଳନାରେ ଅଧିକ ମାଚ୍ୟୁଅର । ସେ ନିଜ ଲାଇଫ୍ ପାର୍ଟନରଙ୍କ ସମସ୍ତ ପସନ୍ଦ ନାପସନ୍ଦ ଭଲ ଭାବେ ବୁଝିଥାନ୍ତି । ନିଜ ସହଧର୍ମୀଣିଙ୍କ ଛୋଟ ଛୋଟ ଭୁଲ୍କୁ ନେଇ ଅଧିକ କ୍ରୋଧିତ ହୋଇ ନଥାନ୍ତି । ଏହାଫଳରେ ପରସ୍ପର ମଧ୍ୟରେ ଝଗଡ଼ା ମଧ୍ୟ କମ୍ ହୋଇଥାଏ ।
୩. ଚେହେରା ଅଧିକ ପ୍ରଭାବ ପକାଇ ନଥାଏ
ଅଧିକ ବୟସର ପୁରୁଷ ନିଜ ସହଧର୍ମୀଣିଙ୍କ ଚେହେରାକୁ ନେଇ ଅଧିକ ଚିନ୍ତା କରନ୍ତି ନାହିଁ, ଅନେକ କ୍ଷେତ୍ରରେ ସେମାନେ ହୃଦୟର ସହ ଭଲ ପାଇଥାନ୍ତି ଏବଂ ନିଜ ପାର୍ଟନରଙ୍କ ବ୍ୟବହାର ଓ ଅଣ୍ଡରଷ୍ଟାଣ୍ଡିଂକୁ ଅନୁଧ୍ୟାନ କରିଥାନ୍ତି । କିନ୍ତୁ କମ୍ ବୟସର ଯୁବକ ନିଜ ସହଧର୍ମୀଣିଙ୍କ ଚେହେରା ପ୍ରତି ଆକର୍ଷିତ ହୋଇଥାନ୍ତି ।
୪. ଟଙ୍କା ମ୍ୟାନେଜମେଣ୍ଟ
ଘରର ଆର୍ଥୀକ ସ୍ଥିତିକୁ କିପରି ସ୍ଥିତର ରଖାଯିବ ତାହା ବୟସରେ ବଡ଼ ସ୍ୱାମୀ ଠିକ୍ ଭାବେ ବୁଝିପାରନ୍ତି । ଅନେକ କ୍ଷେତ୍ରରେ ସେମାନେ ଅଧିକ ଖର୍ଚ୍ଚାନ୍ତ ସ୍ୱାଭାବର ହୋଇ ନଥାନ୍ତି । ସେମାନଙ୍କୁ ଟଙ୍କାର ଆବଶ୍ୟକତା ସମ୍ପର୍କରେ ଠିକ୍ ଭାବେ ଜ୍ଞାନ ଥାଏ । ଫଳରେ ସେମାନେ ଟଙ୍କାର ଠିକ୍ ଭାବେ ମ୍ୟାନେଜମେଣ୍ଟ କରିପାରି ଥାନ୍ତି । ସେମାନେ ଅଧିକାଂଶ ସମୟରେ ଆଜେବାଜେ ଖର୍ଚ୍ଚ କରି ନଥାନ୍ତି । ଅନେକ କ୍ଷେତ୍ରରେ କମ୍ ବୟସର ପୁରୁଷ ଅଧିକ ଖର୍ଚ୍ଚ କରିବା ଫଳରେ ଘରର ଆର୍ଥୀକ ସ୍ଥିତି ଖରାପ ହୋଇଥାଏ ।
Prev Post
Next Post