fbpx

ସମ୍ଭାବ୍ୟ ବାତ୍ୟାର ସମୀକ୍ଷା ପରେ କ’ଣ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ?

ଭୁବନେଶ୍ୱର(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ବେଳକୁ ଅଧିକ ଘନୀଭୂତ ହୋଇବାତ୍ୟାର ରୂପ ନେବାକୁ ଯାଉଛି । ଅତିପ୍ରବଳ ବାତ୍ୟା ଆକାରରେ ଉପକୂଳ ମୁହାଁଇବ ବାତ୍ୟା ‘ୟଶ’ । ଅତିପ୍ରବଳ ବାତ୍ୟା ଆକାରରେ ଉପକୂଳ ମୂହାଁଇବ ବାତ୍ୟା ‘ୟଶ୍’ । ୨୬ ତାରିଖ ସନ୍ଧ୍ୟାରେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଛୁଇଁପାରେ ‘ୟଶ୍’ । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧକ୍ଷତାରେ ହୋଇଥିବା ବାତ୍ୟା ସମୀକ୍ଷା ବୈଠକ ଶେଷ ହୋଇଛି । ବୈଠକରେ ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ନେଇ ଗୁରୁତ୍ୱ ଦିଆଯାଇଛି । ଲୋକଙ୍କୁ ନିରାପଦ ସ୍ଥାନକୁ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ କରୋନା କାଳରେ ଅକ୍ସିଜେନ ଯୋଗାଣ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଓ ରାଜ୍ୟ ବାହାରକୁ ଯୋଗାଣରେ ଅସୁବିଧା ନହେବା ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରଭାବିତ ଅଞ୍ଚଳରେ ୬୬ ଓଡିଆରଏଏଫ୍‌, ୨୨ ଏନଡିଆରଏଫ ଟିମ ମୁତୟନ ହେବେ । ସେହିପରି ପ୍ରଭାବିତ ଅଞ୍ଚଳରେ ୧୭୭ ଅଗ୍ନିଶମ ଟିମ ମୁତୟନ ହେବେ ।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଏସଆରସି ପ୍ରଦୀପ ଜେନା କହିଥିଲେ ଯେ, ‘ଉତ୍ତର-ଆଣ୍ଡାମାନ କ୍ଷେତ୍ରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ରବିବାର ଅବପାତର ରୂପ ନେଇ ୨୪ରେ ବାତ୍ୟାର ରୂପ ନେବ । ତେଣୁ ଓଡ଼ିଶାର ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଫେରାଇ ଅଣାଯାଇଛି । ସେହିପରି କୃଷକଙ୍କୁ ସେମାନଙ୍କର ଅମଳକୁ ସୁରକ୍ଷିତ ସ୍ଥାନକୁ ଆଣିବାକୁ ପରାମର୍ଶ ଦିଆଯାଇଛି ।’

Get real time updates directly on you device, subscribe now.