fbpx

ଭାଷା ଭିତ୍ତିକ ପ୍ରସଙ୍ଗକୁ ନେଇ ବୈଠକ ପରେ କ’ଣ କହିଲେ ସମୀର?

ଭୁବନେଶ୍ୱର,୮ ।୨: ସୀମା ବିବାଦ ଭିତରେ ଭାଷା ଭିତ୍ତିକ ପ୍ରସଙ୍ଗକୁ ନେଇ ବିଧାନସଭାରେ ଓଡିଶା-ଆନ୍ଧ୍ର ସରକାରଙ୍କ ମଧ୍ୟରେ ଆଲୋଚନା ସରିଛି । ଆଲୋଚନାରେ ଦୁଇ ରାଜ୍ୟର ଅନେକ ଅଧିକାରୀ ଉପସ୍ଥିତ ରହିଥିଲେ । ଆନ୍ଧ୍ର ପକ୍ଷରୁ ଦୁଇ ବିଧାୟକ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ଓଡିଶା ପକ୍ଷରୁ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମେତ ଅନେକ ଅଧିକାରୀ ଉପସ୍ଥିତ ରହିଥିଲେ ।

ତେବେ ବୈଠକ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ‘ଉଭୟ ରାଜ୍ୟର ଛାତ୍ରଛାତ୍ରୀଙ୍କ ସମସ୍ୟା ନେଇ ଆଲୋଚନା ହୋଇଛି । ଓଡିଶାରେ ପଢୁଥିବା ତେଲଗୁ ପିଲାଙ୍କ ସମସ୍ୟା ଓ ଆନ୍ଧ୍ରରେ ପଢୁଥିବା ଓଡିଆ ପିଲାଙ୍କ ସମସ୍ୟା ନେଇ ଆଲୋଚନା ହୋଇଛି । ତେଲଗୁ ଶିକ୍ଷକ ମିଳୁନଥିବାରୁ ବିଇଡି ଓ ସିଟି ନେଇ ବି ଆଡମିଶନ ଚାଲିଛି । ଓଡିଶାରେ ପ୍ରାୟ ୪,୦୦୦ ପିଲା ଆନ୍ଧ୍ରରେ ପଢୁଛନ୍ତି ଓ ୨୩୦ଟି ସ୍କୁଲ ରହିଛି । ୧୩୦ ଶିକ୍ଷକ ନିଯୁକ୍ତ ହୋଇ ପାରିନାହାନ୍ତି । ସମାଧାନ ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଛି ।’

Get real time updates directly on you device, subscribe now.