fbpx

କରୋନା ଟିକାକରଣକୁ ନେଇ କ’ଣ କହିଲେ ରାଜ୍ୟ ସରକାର?

ଭୁବନେଶ୍ୱର,୧୧ ।୧(ଓଡିଶା ଭାସ୍କର): ଖୁବଶୀଘ୍ର ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହୋଇଯିବ । କରୋନା ଟିକାକରଣକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସମ୍ମିଳନୀରେ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ, ‘କରୋନା ଟିକା ନିରାପଦ ଓ ଫଳପ୍ରଦ । କୋଭିଡ ଟିକା ଖୁବ୍ କମ୍ ଦିନରେ ପ୍ରସ୍ତୁତ ହୋଇଛି । ଟିକାକୁ ଡିସିଜିଆଇ ନିରୀକ୍ଷଣ କରି ଅନୁମତି ଦେଇଛନ୍ତି । ୧୦ ମାସ ଧରି ଟିକାର ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା କରାଯାଇଛି । ସମସ୍ତଙ୍କ ପାଇଁ କରୋନା ଟିକା ବାଧ୍ୟତାମୂଳକ ନୁହେଁ । ନିଜ ସୁରକ୍ଷା ସହ ଅନ୍ୟକୁ ସୁରକ୍ଷିତ ରଖିବା ପାଇଁ ଟିକା ନେବା ଉଚିତ୍ । ପ୍ରଥମ ପର୍ଯ୍ୟାୟରେ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ । ସ୍ୱାସ୍ଥ୍ୟକର୍ମୀଙ୍କ ପରେ ତାଙ୍କ ପରିବାର ସଦସ୍ୟଙ୍କୁ ଟିକା ଦିଆଯିବ । ପ୍ରଥମ ଡୋଜର ୨୮ ଦିନ ପରେ ଟିକାର ଦ୍ୱିତୀୟ ଡୋଜ୍ ଦିଆଯିବ । ଦେଶର ଜଳବାୟୁ ଅନୁସାରେ ଟିକା ପ୍ରସ୍ତୁତ କରାଯାଇଛି । କୋଭିଡ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ୨ ସପ୍ତାହ ଅପେକ୍ଷା କରିବାକୁ ପଡିବ । ସଂକ୍ରମଣ ସକ୍ରିୟ ଥିବା ବେଳେ ଟିକା ଦେବା ଉଚିତ ହେବ ନାହିଁ । ବିଶ୍ୱର ପ୍ରତ୍ୟେକ ଟିକା ସହ କୋଭାସିଲ୍ଡ ଓ କୋଭାକ୍ସିନ୍ ସମାନ । ଅନ୍ୟ ଟିକା ଭଳି ଏହି ୨ଟିକା କାର୍ଯ୍ୟକ୍ଷମ ।’

Get real time updates directly on you device, subscribe now.