fbpx

ଭୂମିପୁତ୍ରଙ୍କୁ ଇଣ୍ଡୋନେସିଆର ସମ୍ମାନ: ବିଜୁବାବୁଙ୍କ ନାମରେ ନାମିତ ହେଲା ଦୂତାବାସ କକ୍ଷ

ନୂଆଦିଲ୍ଲୀ, ୧୧ା୧: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଇଣ୍ଡୋନେସିଆର ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ନାମରେ ଏକ ଦୂତାବାସ କକ୍ଷ ନିର୍ମାଣ କରାଯାଇଛି । ବିଜୁବାବୁଙ୍କ ସମ୍ମାନାର୍ଥେ ଇଣ୍ଡୋନେସିଆ ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ନୂଆଦିଲ୍ଲୀ ଠାରେ ଇଣ୍ଡୋନେସିଆର ଏକ ଦୂତାବାସର ଏକ କକ୍ଷକୁ ବିଜୁବାବୁଙ୍କ ନାମରେ ନାମିତ କରାଯାଇଛି । ବିଜୁ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ବିଶେଷ ଭୂମିକା ଗ୍ରହଣ କରିଥିଲେ । ଇଣ୍ଡୋନେସିଆ ବିଜୁବାବୁଙ୍କର ଦ୍ୱିତୀୟ ଘର ରୂପେ ପରଚିତ ଥିଲା । ତେଣୁ ଇଣ୍ଡୋନୋସିଆ ସରକାର ବିଜୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ତେବେ ଏହି କକ୍ଷରେ ବିଜୁବାବୁଙ୍କ ସମ୍ପର୍କିତ ଅନେକ ତଥ୍ୟ ସହ ଫଟୋ ରଖାଯିବ । ଏନେଇ ବିଜୁବାବୁଙ୍କ ଜ୍ୟେଷ୍ଠ ପୁତ୍ର ପ୍ରେମ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି ।

Get real time updates directly on you device, subscribe now.