fbpx

କୃଷି ନୀତିକୁ ନେଇ କ’ଣ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର?

ଭୁବନେଶ୍ୱର,୩ ।୧୦(ଓଡିଶା ଭାସ୍କର): କୃଷି ବିଲକୁ ନେଇ ସାରା ଦେଶରେ ଉତ୍ତେଜନା ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୃଷି ନୀତିକୁ ନେଇ କହିଛନ୍ତି ଯେ, ‘କୃଷି କ୍ଷେତ୍ର ପାଇଁ ୩ଟି ବିଲ ଆଇନରେ ପରିଣତ ହୋଇଛି । ଦେଶ ତଥା ରାଜ୍ୟର ଅର୍ଥନୀତି ପାଇଁ କୃଷିର ଭୂମିକା ରହିଛି । ଅଧିକ ଲୋକଙ୍କ ସହଯୋଗିତା ପରେ ବି ଆମଦାନି ସେଭଳି ନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ସଂସ୍କାର ଆସିଥିଲା, ମାତ୍ର କୃଷି କ୍ଷେତ୍ର ଯେଉଁଠି ସେଇଠି ରହିଥିଲା ।’

ତେବେ ପ୍ରଡକ୍ସନ, ଷ୍ଟୋରେଜ ଓ ମାର୍କେଟିଂ ସ୍ୱାଧୀନତା ପାଇଁ କୃଷି ବିଲ୍ ଆସିଛି । ଆତ୍ମନିର୍ଭର ଭାରତ ଯୋଜନାରେ କୃଷି କ୍ଷେତ୍ରରେ ଟଙ୍କା ଖର୍ଚ୍ଚ ହେବ । ସରକାର ୧ ଲକ୍ଷ କୋଟି ଟଙ୍କା କୃଷି କ୍ଷେତ୍ରରେ ବିନିଯୋଗ କରୁଛନ୍ତି । ଏମଏସପି ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ । ମୋଦୀ ସରକାରଙ୍କ ସମୟରେ ଏମଏସପି ସର୍ବାଧିକ ବୃଦ୍ଧି ହୋଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ।

Get real time updates directly on you device, subscribe now.