ଖାଲି ସମୟରେ କ’ଣ କରନ୍ତି ମହିଳା? AI ରିପୋର୍ଟରୁ ହେଲା ଖୁଲାସା

ଭାରତର ଅଧିକାଂଶ ପୁରୁଷ ଗେମିଂ ଆପ୍ ବ୍ୟବହାର କରିବାକୁ ପସନ୍ଦ କରୁଥିବା ବେଳେ ମହିଳାଙ୍କୁ ଖାଇବା ଓ ମେସେଜିଂ ଆପରେ ଅଧିକ ସମୟ ଅତିବାହିକ କରିବାକୁ ପସନ୍ଦ । ୮୫ ମିଲିୟନ୍ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବିଶ୍ଳେଷଣ କରି ବବଲ୍ ଏଆଇ ଏହି ସୂଚନା ଦେଇଛି । ବିଶ୍ୱ ତଥା ଭର୍ଚୁଆଲ୍ ସଂଳାପ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରୁଥିବା ବବଲ୍ ଏଆଇ ଏକ ରିପୋର୍ଟରେ କହିଛି ଯେ, ଗତ ବର୍ଷ ସ୍ମାର୍ଟଫୋନରେ ଭାରତୀୟ ଉପଭୋକ୍ତାମାନେ ୫୦ ପ୍ରତିଶତ ଅଧିକ ସମୟ ଅତିବାହିତ କରିଛନ୍ତି ।

ଏହି କାର୍ଯ୍ୟଗୁଡ଼ିକରେ କଟିଥାଏ ମହିଳାଙ୍କ ସମୟ :-
ଏହି ରିପୋର୍ଟ ଅନୁଯାୟୀ କେବଳ ୧୧.୩ ପ୍ରତିଶତ ଭାରତୀୟ ମହିଳା ପେମେଣ୍ଟ ଆପ୍ ବ୍ୟବହାର କରନ୍ତି । ଏଥି ସହିତ, ପୁରୁଷଙ୍କ ତୁଳନାରେ ମହିଳାଙ୍କ ଗେମିଂ ଆପ୍ ପ୍ରତି ବହୁତ କମ୍ ଆଗ୍ରହ ଦେଖାଦେଇଛି । ବିଶ୍ଳେଷଣରୁ ଜଣାପଡିଛି ଯେ ପ୍ରାୟ ୬.୧ ପ୍ରତିଶତ ମହିଳା ଗେମିଂ ଆପ୍ ବ୍ୟବହାର କରନ୍ତି । ତେବେ ଭାରତୀୟ ମହିଳାମାନେ ମେସେଜିଂ ଆପ୍ (୨୩.୩ ପ୍ରତିଶତ), ଭିଡିଓ ଆପ୍ (୨୧.୭ ପ୍ରତିଶତ) ଏବଂ ଖାଦ୍ୟ ସମ୍ବନ୍ଧୀୟ ଆପ୍ (୨୩.୫ ପ୍ରତିଶତ) ପାଇଁ ଅଧିକ ସମୟ ବିତାଉଛନ୍ତି ।

ଗୋପନୀୟତା ରକ୍ଷା :-

ବବଲ୍ ଏଆଇ କହିଛି ଯେ ଏହା ‘ଗୋପନୀୟତା ନିୟମ’ ଆଧାରରେ ଏହି ରିସର୍ଚ୍ଚ କରାଯାଇଛି ଏବଂ ୮୫ ମିଲିୟନରୁ ଅଧିକ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନର ତଥ୍ୟ ବ୍ୟବହାର କରାଯାଇଛି । ଏଥିପାଇଁ ୨୦୨୨ ରୁ ୨୦୨୩ ପର୍ଯ୍ୟନ୍ତ ଅବଧିରେ ସ୍ମାର୍ଟଫୋନ୍ ବ୍ୟବହାରକୁ ଆଧାର କରାଯାଇଥିଲା ।

ମହିଳାମାନଙ୍କର ଅବକାଶ ସମୟ କମ୍ ଥାଏ :-
ବିଶ୍ଳେଷଣ ଅନୁଯାୟୀ, ପୁରୁଷଙ୍କ ତୁଳନାରେ ମହିଳାମାନଙ୍କର ଅବକାଶ ସମୟ କମ୍ ଥାଏ କାରଣ ସେମାନେ ଘର କାମ କରିବାରେ ଅଧିକ ସମୟ ବିତାଇଥା’ନ୍ତି । ଓଏନଏସ ରିପୋର୍ଟର ଫଳାଫଳ ମଧ୍ୟ ଦର୍ଶାଏ ଯେ, ୨୦୦୦ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପୁରୁଷମାନଙ୍କ ଅବକାଶ ସମୟରେ ବୃଦ୍ଧି ଘଟିଛି, ଯେତେବେଳେ କି ମହିଳାଙ୍କ ଖାଲି ସମୟରେ ହ୍ରାସ ଘଟିଛି । ରିପୋର୍ଟ ଅନୁଯାୟୀ, ‘ପୁରୁଷଙ୍କ ତୁଳନାରେ ମହିଳାମାନଙ୍କପାଖରେ କମ୍ ସମୟ ଅଛି କାରଣ ପାର୍ଟ ଟାଇମ୍ କାମରେ ବ୍ୟସ୍ତ ରହିବା ବ୍ୟତୀତ ମହିଳାମାନେ ଘର ଏବଂ ପିଲାମାନଙ୍କର ମଧ୍ୟ ଯତ୍ନ ନିଅନ୍ତି, ଯେଉଁଥିପାଇଁ ସେମାନେ କୌଣସି ଦରମା ପାଆନ୍ତି ନାହିଁ ।