fbpx

ଏଟିଏମରୁ କଟାଫଟା ନୋଟ୍ ବାହାରୁଛି କି, ଜାଣନ୍ତୁ କ’ଣ କରିବେ

ନୂଆଦିଲ୍ଲୀ, ୫ା୪: ଅନେକ ଲୋକ ଏଟିଏମରୁ ଟଙ୍କା କାଢ଼ିବା ସମୟରେ ବେଳେବେଳେ ସେଥିରୁ କଟାଫଟା, ଖରାପ ନୋଟ୍ ବାହାରିଥାଏ । ଏହାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ । ଏଥିପାଇଁ ଆପଣଙ୍କୁ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ ।

ଆରବିଆଇର ନିୟମ ଅନୁଯାୟୀ, ଏଟିଏମରୁ କଟାଫଟା ନୋଟ୍ ବାହାରିଲେ ଆପଣ ଏହାକୁ ବଦଳାଇ ପାରିବେ । ଯେ କୌଣସି ବ୍ୟାଙ୍କକୁ ଯାଇ ଆପଣ ଏହି ନୋଟକୁ ବଦଳାଇ ପାରିବେ । ଯେଉଁ ଏଟିଏମରୁ ଖରାପ ନୋଟ୍ ବାହାରିବ, ସେହି ଏଟିଏମ ସହ ଲିଙ୍କ ଥିବା ବ୍ୟାଙ୍କରେ ଏହାକୁ ଚେଞ୍ଜ କରିପାରିବେ ।

ଏଥିପାଇଁ ଆପଣଙ୍କୁ ଏକ ଦରଖାସ୍ତରେ ନୋଟ ବାହାରିଥିବା ତାରିଖ, ସମୟ, ସ୍ଥାନ ଆଦି ଲେଖିବାକୁ ପଡ଼ିବ । ଏତଦବ୍ୟତୀତ ଆପଣଙ୍କ ସହରରେ ଯଦି ଆରବିଆଇ ଅଫିସ ଥାଏ, ତେବେ ସେଠାକୁ ଯାଇ କଟାଫଟା ନୋଟକୁ ବଦଳାଇ ପାରିବେ ।

Get real time updates directly on you device, subscribe now.