fbpx

ବ୍ୟକ୍ତିର ମୃତ୍ୟୁ ପରେ ତାର ଆଧାର ନମ୍ବର ସହ କ’ଣ ହୁଏ? ଜାଣନ୍ତୁ ସରକାରଙ୍କ ଉତ୍ତର

ନୂଆଦିଲ୍ଲୀ: ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ୱପର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ଆଧାରକାର୍ଡ ବିନା ଆପଣ ସରକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ ହୋଇପାରିବେ । ଆଧାରକାର୍ଡକୁ ପରିଚୟ ପ୍ରମାଣ ଓ ଠିକଣା ଚିହ୍ନଟ ପାଇଁ ବ୍ୟବହାର କରାଯାଏ । ଆଜିର ସମୟରେ ବ୍ୟାଙ୍କ ସହ ଜଡ଼ିତ କାଗଜପତ୍ର, ଟଙ୍କା କାରବାର, ଘର କିଣିବା ଓ ଗାଡ଼ି କିଣିବା ଅନ୍ୟ କୌଣସି ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାରକାର୍ଡ ଜରୁରୀ । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛୁ ଯେ, ଯଦି କୌଣସି ବ୍ୟକ୍ତିର ମୃତ୍ୟୁ ହୁଏ, ତାହେଲେ ତା’ର ଆଧାର ନମ୍ବର ବାତିଲ ହୁଏ କି ନାହିଁ?

ତେବେ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଲୋକସଭାରେ ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କର ଆଧାର ନିଷ୍କ୍ରିୟ ହୁଏନାହିଁ । କାରଣ ଏପରି କୌଣସି ବ୍ୟବସ୍ଥା ନାହିଁ ।’ ସେ କହିଛନ୍ତି ଯେ, ବର୍ତ୍ତମାନ ଜଣେ ମୃତ ବ୍ୟକ୍ତିଙ୍କ ଆଧାର ନମ୍ବର ବାତିଲ କରିବାର କୌଣସି ବ୍ୟବସ୍ଥା ନାହିଁ । କିନ୍ତୁ ସେ ଲୋକସଭାରେ କହିଛନ୍ତି ଯେ ରେଜିଷ୍ଟ୍ରାର୍ ଜେନେରାଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ଅଧିନିୟମ, ୧୯୬୯ ରେ ସଂଶୋଧନ ଡ୍ରାଫ୍ଟ ଉପରେ UIDAIରୁ ପରାମର୍ଶ ଲୋଡାଯାଇଛି । ଯାହାଦ୍ୱାରା ମୃତ୍ୟୁ ପ୍ରମାଣପତ୍ର ଜାରି କରିବା ସମୟରେ ମୃତକଙ୍କ ଆଧାର ମଧ୍ୟ ନିଆଯାଇପାରିବ ।

Get real time updates directly on you device, subscribe now.