fbpx

ଅନାଥ ପିଲାଙ୍କୁ ମିଳିବ ୫ ଲକ୍ଷ ପର୍ଯ୍ୟନ୍ତ ଫ୍ରୀ ସ୍ୱାସ୍ଥ୍ୟ ବୀମା, ମୋଦୀ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଅନେକ ପିଲା ଅନାଥ ହୋଇଯାଇଛନ୍ତି । ତେଣୁ ସେମାନଙ୍କୁ ଆଖି ଆଗରେ ରଖି ମୋଦୀ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଏହି ସମୟରେ ଯେଉଁ ପିଲାମାନଙ୍କର ବାପା ମାଆ ପ୍ରାଣ ହରାଇଛନ୍ତି ଯେ, ସେହି ପିଲାଙ୍କ ପାଇଁ ମୋଦୀ ସରକାର ମାଗଣା ସ୍ୱାସ୍ଥ୍ୟ ବୀମା ଯୋଗାଇବାକୁ ଯୋଜନା ଘୋଷଣା କରିଛନ୍ତି । ଅନାଥ ପିଲାଙ୍କୁ ନୁତନ ଯୋଜନା ଆଧାରରେ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ । ଏନେଇ କେନ୍ଦ୍ର କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ମନ୍ତ୍ରୀ ଅନୁରାଗ ଠାକୁର ଟୁଇଟ୍ କରି ସୂଚନା ଦେଇଛନ୍ତି ।

ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେବା ସହିତ ଏହାର ଏକ ଲିଙ୍କ୍ ବି ପ୍ରଦାନ କରିଛନ୍ତି । ଏଥିରେ କ୍ଟ୍ରଜ୍ଞମବକ୍ସରଗ୍ଦଲକ୍ଟକ୍ସଷସକ୍ଷୟକ୍ସରଦ୍ଭ.ସଦ୍ଭ ଲିଙ୍କ୍ ଉପରେ କ୍ଲିକ୍ କଲେ ଏହି ବୀମା ସମ୍ପର୍କରେ ସବୁ ସୂଚନା ମିଳିପାରିବ । କରୋନା ସମୟରେ ଅନାଥ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇ ଏହି ବୀମା ଯୋଜନା ଆରମ୍ଭ କରାଯାଇଛି । ଏହା ଅଧୀନରେ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ।

Get real time updates directly on you device, subscribe now.