fbpx

ଜାଣନ୍ତୁ କଣ ହେଉଛି କ୍ୟାଲେଣ୍ଡର ସ୍ଲାମ; ଏହି ୫ ଖେଳାଳି ହାସଲ କରିଛନ୍ତି ଐତିହାସିକ ମାଇଲଖୁଣ୍ଟ

ନୂଆଦିଲ୍ଲୀ: ଟେନିସରେ କ୍ୟାଲେଣ୍ଡର ସ୍ଲାମ ହେଉଛି ଏମିତି ଏକ ମାଇଲଖୁଣ୍ଟ ଯାହା ଅନେକ ଖେଳାଳି ହାସଲ କରିବାରେ ସକ୍ଷମ ହୋଇନାହାନ୍ତି । ଟେନିସ ଇତିହାସରେ ମାତ୍ର ୫ ଜଣ ଖେଳାଳି ଏହି ମାଇଲଖୁଣ୍ଟ ହାସଲରେ ସକ୍ଷମ ହୋଇଛନ୍ତି । ବିଶ୍ୱ ମାନ୍ୟତାରେ ୧ ନମ୍ବର ସ୍ଥାନରେ ରହିଥିବା ସର୍ବିଆର ନୋଭାକ ଜୋକୋଭିଚ୍ ୟୁଏସ ଓପନ ଫାଇନାଲରେ ପ୍ରବଶେ କରିବା ସହିତ କ୍ୟାଲେଣ୍ଡର ଗ୍ରାଣ୍ଡସ୍ଲାମରୁ ମାତ୍ର ଗୋଟିଏ ପାଦ ପଛରେ ଅଛନ୍ତି ।

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସମସ୍ତ ଗ୍ରାଣ୍ଡସ୍ଲାମ ବିଜୟ ହାସଲ କରିବାକୁ କ୍ୟାଲେଣ୍ଡର ଗ୍ରାଣ୍ଡସ୍ଲାମ କୁହାଯାଏ । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଅଷ୍ଟ୍ରେଲିଆନ ଓପନ, ଫ୍ରେଞ୍ଚ ଓପନ, ୱିମ୍ବଲଡନ ଏବଂ ୟୁଏସ ଓପନ ବିଜୟୀ ହେଲେ ଏହାକୁ କ୍ୟାଲେଣ୍ଡର ସ୍ଲାମ କୁହାଯାଏ । ଏକମାତ୍ର ଖେଳାଳି ଭାବରେ ରଡ ଲାଭେର ଏହି କୃତିତ୍ୱ ଦୁଇଥର ହାସଲ କରିଛନ୍ତି । ୧୯୩୮ରେ ଡନ ବଜ ପ୍ରଥମ ଥର ପାଇଁ ଏହି କୃତିତ୍ୱ ହାସଲ କରିଥିଲେ । ଏହା ବାଦ ୧୯୫୩ରେ ମୌରିନ୍ କନୋଲି ଏବଂ ୧୯୬୨ ଓ ୧୯୬୯୦ରେ ଏହି କୃତିତ୍ୱ ହାସଲ କରିଥିଲେ ରଡ ଲାଭେର । ପ୍ରଥମ ମହିଳା ଭାବରେ ମାର୍ଗାରେଟ କୋର୍ଟ ପ୍ରଥମ ମହିଳା ଭାବେ ୧୯୭୦ରେ କ୍ୟାଲେଣ୍ଡର ସ୍ଲାମ ହାସଲ କରିଥିଲେ । ଶେଷ ଖେଳାଳି ଭାବରେ ୩୩ ବର୍ଷ ପୂର୍ବରୁ ଜର୍ମାନୀର ଷ୍ଟେଫି ଗ୍ରାଫ ୧୯୮୮ ମସିହାରେ ଏହି ସଫଳତା ହାସଲ କରିଥିଲେ ।

Get real time updates directly on you device, subscribe now.