ବାବର ଆଜମଙ୍କୁ ବିଗ୍ ବାଶ୍ ଲିଗରେ ଖେଳିବା ପାଇଁ କେତେ ମିଳିବ ଟଙ୍କା, ଦରମା ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ପାକିସ୍ତାନ ଟିମର ପୂର୍ବତନ କ୍ୟାପ୍ଟେନ ବାବର ଆଜମ ନିଜ ବିଗ ବାସ୍ ଲିଗରେ ଡେବ୍ୟୁ କରିବାକୁ ଯାଉଛନ୍ତି, ତେବେ ଆସନ୍ତୁ ଜାଣିବା ତାଙ୍କୁ କେତେ ମିଳିବ ଟଙ୍କା
ନୂଆଦିଲ୍ଲୀ: ବିଗ୍ ବାଶ୍ ଲିଗ୍ ସିଜନରେ ବାବର ଆଜମ ନିଜ ବିବିଏଲ ଡେବ୍ୟୁ କରିବାକୁ ଯାଉଛନ୍ତି। ପାକିସ୍ତାନ ଟିମର ପୂର୍ବତନ କ୍ୟାପ୍ଟେନ ବାବର, ଏଥର ସିଡନୀ ସିକ୍ସର୍ସ ପାଇଁ ଖେଳୁଥିବାର ନଜର ଆସିବେ।
ସିଜନ ଆରମ୍ଭ ହେବା ପୂର୍ବରୁ ଏକ ‘ପ୍ରି-ଡ୍ରାଫ୍ଟ ସାଇନ’ ପ୍ରକ୍ରିୟା ହୋଇଥାଏ। ଯେଉଁଥିରେ ଟିମ ପାଖରେ ଏକ ବିଦେଶୀ ଖେଳାଳିଙ୍କୁ ସାଇନ କରିବାକୁ ସୁଯୋଗ ଦିଆଯାଇଥାଏ।
ଏହି ପ୍ରକ୍ରିୟା ଅନୁଯାୟୀ, ସିଡନୀ ସିସ୍କର୍ସ ବାବର ଆଜମଙ୍କୁ ନିଜ ସ୍କ୍ୱାଡରେ ସାମିଲ କରାଇଛି। ତେବେ ଆସନ୍ତୁ ଜାଣିବା ବିବିଏଲରେ ଖେଳିବା ଲାଗି ବାବର କେତେ ଟଙ୍କା ନେବେ..
ବାବରଙ୍କୁ କେତେ ମିଳିବ ଟଙ୍କା: ବିଗ୍ ବାଶ୍ ଲିଗ୍ରେ ସିଡନୀ ସିକ୍ସର୍ସ ଫ୍ରାନଚାଇଜ୍ ମଧ୍ୟ ଦରମା ଦେଇଥାଏ। ବିବିଏଲରେ ଯେକୌଣସି ପ୍ଲେୟାରଙ୍କୁ ସର୍ବାଧିକ ୪ ଲକ୍ଷ ୨୦ ହଜାର ଅଷ୍ଟ୍ରେଲିଆ ଡଲାର ମିଳିଥାଏ।
ଅର୍ଥାତ ଭାରତୀୟ ମୂଲ୍ୟ ଅନୁଯାୟୀ, ୨.୩୫ କୋଟି ଟଙ୍କା। ଏଥିପାଇଁ ବାବର ଆଜମଙ୍କୁ ୨.୩୫ କୋଟି ଟଙ୍କା ଦରମା ମିଳିପାରେ।