fbpx

ହ୍ୱାଟ୍ସଆପ ଇମୋଜୀ ଏବଂ emoji kitchen ମଧ୍ୟରେ ପାର୍ଥକ୍ୟ କ’ଣ? କାହିଁକି ଲୋକପ୍ରିୟ ହେଉଛି ଚାଟିଙ୍ଗର ଏହି ନୂଆ ପଦ୍ଧତି

ନୂଆଦିଲ୍ଲୀ: ଆପଣ ଚାଟ କରିବା ସମୟରେ ଇମୋଜୀର ବ୍ୟବହାର କରୁଛନ୍ତି କି? ଭର୍ଚୁଆଲ ଓ୍ବାର୍ଲଡରେ ୟୁଜର୍ସଙ୍କ ମୁଡ ଏବଂ ଫେସିଆଲ ଏକ୍ସପ୍ରେସନକୁ ପ୍ରକାଶ କରିବାର ଏହା ସବୁଠାରୁ ପପୁଲାର ଫର୍ମୁଲା । ବର୍ତ୍ତମାନ ଗୁଗୁଲର ଇମୋଜୀ କିଚେନକୁ ବହୁତ ପସନ୍ଦ କରାଯାଉଛି । ତେବେ ଆସନ୍ତୁ ଜାଣିବା ଇମୋଜୀ ଏବଂ କିଚେନ ଇମୋଜୀ ମଧ୍ୟରେ କଣ ପାର୍ଥକ୍ୟ ରହିଛି ।

ହ୍ୱାଟ୍ସଆପରେ ଚାଟ କରିବା ସମୟରେ ବେଳେବେଳେ ଆପଣ ଚାହୁଁଥିବା ଇମୋଜୀ ମିଳିନଥାଏ । କାରଣ ହ୍ୱାଟ୍ସଆପରେ ଏହା ଆଗରୁ ଉପଲବ୍ଧ ଥାଏ । ଅନ୍ୟପକ୍ଷରେ ଇମୋଜୀ କିଚେନରେ ଆପଣ ନିଜର ଇମୋଜୀ ପ୍ରସ୍ତୁତ କରିବାର ସୁବିଧା ପାଇପାରିବେ । ଗୁ୍ଗୁଲର ଏହି ନୂଆ ଫିଚର ସହ ୟୁଜର୍ସ ନିଜ ମୁଡ ହିସାବରେ ଦୁଇଟି ଇମୋଜୀକୁ ଯୋଡି ଅନ୍ୟ ଏକ ଇମୋଜୀ ତିଆରି କରିପାରିବେ ।

ଗୁଗୁଲରେ ଇମୋଜୀ କିଚେନର ବ୍ୟବହାର ଗୁଗୁଲ ସର୍ଚ ସହିତ ଯେକୌଣସି ୟୁଜର କରିପାରିବ । ଇମୋଜୀର ଏହି ସୁବିଧା ଗୁଗୁଲ ସର୍ଚ ଇଞ୍ଜିନରେ ଉପଲବ୍ଧ ରହିଛି । ଗୁଗୁଲ ସର୍ଚ ଇଞ୍ଜିନରେ ଇମୋଜୀ କିଚେନ ଟାଇପ କରିବା ସହ ଇମୋଜୀକୁ ଅନଲାଇନରେ ତିଆରି କରାଯାଇପାରିବ । ଇମୋଜୀ କିଚେନରେ କପି ଅପସନ ସହ ନୂଆ ଇମୋଜୀକୁ ଯେକୌଣସି ସ୍ଥାନରେ ପୋଷ୍ଟ କରିପାରିବେ ।

Get real time updates directly on you device, subscribe now.