ଭାରତରେ ଲଞ୍ଚ ହେଲା 5.5Gର ପ୍ରଥମ ଫୋନ, ଏତିକି ଗୁଣା ବଢିଗଲା ସ୍ପିଡ୍‌, Jioର ମିଳିଲା ସମର୍ଥନ

OnePlus 13 ସିରିଜ୍ 5.5G ଟେକ୍ନୋଲୋଜିକୁ ସମର୍ଥନ କରିପାରିବ। ଏହି ନୂତନ ଟେକ୍ନୋଲୋଜି ଉଚ୍ଚ ଗତିର ଇଣ୍ଟରନେଟ୍ ସ୍ପିଡ୍ ପ୍ରଦାନ କରିବ

ନୂଆଦିଲ୍ଲୀ: oneplus ଦେଶର ସବୁଠୁ ବଡ଼ ଟେଲିକମ ଅପରେଟର ଜିଓ ସହ ପାର୍ଟନରସିପ୍ କରିଛି। କାଲି ଅର୍ଥାତ ୭ ଜାନୁଆରୀରେ oneplus 13 ସିରିକୁ କମ୍ପନୀ ଲଞ୍ଚ କରିଛି। ଏହି ଇଭେଣ୍ଟରେ କମ୍ପାନୀ ଏହି ଡିଭାଇସକୁ ଭାରତୀୟ ମାର୍କେଟରେ ପ୍ରଥମ 5.5G ଡିଭାଇସ କହିଛି।

5.5G କଣ: ଯଦି ଟେକ୍ନୋଲୋଜି ଟର୍ମ ବିଷୟରେ କଥା ହେବା, ତେବେ ଏହି ଟେକ୍ନୋଲୋଜୀରେ ତିନୋଟି ଭିନ୍ନ-ଭିନ୍ନ ନେଟୱାର୍କ ସେଲର ବ୍ୟବହାର କରାଯିବ। ଯେଉଁଥିରେ ଏକାବେଳକେ ଅନେକ ଟାୱାର ସହ କନେକ୍ସନ ହୋଇପାରେ। ଯେଉଁଥିରେ ଫାଷ୍ଟ କନେକ୍ଟିଭିଟି ମିଳିବ। OnePlus ପକ୍ଷରୁ 5.5Gକୁ ସୋକେସ କରାଯାଇଛି। ଏହା ଅନୁଯାୟୀ, ଜିଓର ନନ୍ 3CC କମ୍ପୋନେଣ୍ଟ କଲ୍ୟାରିୟରେ ଡାଲିଙ୍କ ସ୍ପିଡ 277.78 Mbps ରହିଛି।

ଏଥିସହ ଜିଓର 3CC କମ୍ପୋନେଣ୍ଟ କ୍ୟାରିୟରରେ ଡାଉନଲିଙ୍କ ସ୍ପିଡ 1Gbps ରହିଛି। ଜିଓର ୱେବସାଇଟ୍ ମୁତାବକ ଟ୍ରୁ 5G ୟୁଜର୍ସ ଭାରତରେ ପାଖାପାଖି 1 Gbps ସ୍ପିଡ ହାସଲ କରିପାରିବ। ଏହି ସର୍ଭିସକୁ 5G Standalone Architecture ରେ ଲାଗୁ କରାଯାଉଛି।

ସାଧାରଣ ଅର୍ଥରେ ବୁଝିଲେ 5.5G ଟେକ୍ନୋଲୋଜି ୫ଜିର ଅପଗ୍ରେଡ ଭର୍ଜନ। ଏହାକୁ ୫ଜି ଇନଫ୍ରାଷ୍ଟ୍ରକ୍‌ଚର ଉପରେ ତିଆରି କରାଯାଇଛି।

ମିଳିବ 1Gbpsର ଅପଲିଙ୍କ ସ୍ପିଡ: 5.5G କୁ 5G ଆଡଭାନ୍ସଡ ମଧ୍ୟ କୁହାଯାଇଥାଏ। ଏହାକୁ ଟେକ୍ନୋଲୋଜୀରେ ଅଧିକ ସ୍ପିଡ, ଉତ୍ତମ ନେଟୱାର୍କ ଏବଂ ଏଆଇ ବେସଡ କନେକ୍ଟିଭିଟି ଦିଆଯାଇଥାଏ। ୫ଜି ଆଡଭାନ୍ସର କର୍ମସିଆଲ ରୋଲଆଉଟ କରାଯଉଛି। ହୁଇଆୱେଇ ପକ୍ଷରୁ 5.5G ଟେକ୍ନୋଲୋଜୀର ବ୍ୟବହାର କରାଯାଇଥାଏ।

କମ୍ପାନୀର ଦାବି ରହିଛି ଯେ, ନେଟୱାର୍କରେ ଦଶ ଗୁଣା ବୃଦ୍ଧି କରାଯାଇପାରିବ। ଏହି ୧୦ ଜିବିପିଏସର ଡାଉନଲିଙ୍କ ଦର ଏବଂ ୧ ଜିବିପିଏସର ଅପଲିଙ୍କ ଦେଇଥାଏ।