fbpx

Naked Resignation କ’ଣ ? ଏହା କ୍ୟାରିୟର ଉପରେ କିପରି ପ୍ରଭାବ ପକାଇଥାଏ ?

ନୂଆଦିଲ୍ଲୀ: ଅଧିକାଂଶ କର୍ମଚାରୀ କମ୍ପାନୀରେ କାମ କରିବା ସମୟରେ କୌଣସି ନା କୌଣସି କାରଣ ପାଇଁ ଇସ୍ତଫା ଦେଇଥାନ୍ତି । ଉଦାହରଣ ସ୍ୱରୂପ କର୍ମଚାରୀ ଜଣଙ୍କ ଭଲ କମ୍ପାନୀ, ଉତ୍ତମ ପ୍ୟାକେଜ୍ କିମ୍ବା ସୁବିଧା ଇତ୍ୟାଦି ଦେଖି ନୂତନ ଚାକିରି ସନ୍ଧାନ କରିଥାନ୍ତି । ବେଳେ ବେଳେ କର୍ମଚାରି ଏତେ ବିବ୍ରତ ହୁଅନ୍ତି ଯେ ଅନ୍ୟ ଚାକିରି ନଥାଇ ଇସ୍ତଫା ଦେଇଥାନ୍ତି । ସେତେବେଳେ ସେ ଟକ୍ସିକ୍ ମାହୋଲରେ କାମ କରିବା ଅପେକ୍ଷା ଘରେ ବେକାର ବସି ରହିବା ଉଚିତ ମନେ କରେ । ଏଭଳି ସ୍ଥିତିରେ କର୍ମଚାରୀଙ୍କ ମଧ୍ୟରେ ନେକେଡ୍ ରେଜିଗନେସନର କ୍ରେଜ୍ ବୃଦ୍ଧି ପାଇବାରେ ଲାଗିଛି ।

ନେକେଡ୍ ରେଜିଗନେସନ୍ ଅର୍ଥାତ ଅନ୍ୟ ଏକ ନୂତନ ଚାକିରି ନଥାଇ ଚାକିରି(current employment) ଛାଡ଼ିବା । ଏଭଳି ସ୍ଥିତି ଚାପଗ୍ରସ୍ତ ଚାକରିରୁ ତୁରନ୍ତ ଆଶ୍ୱସ୍ତି ଦେଇପାରେ । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଏହା ବିପଦ ସୃଷ୍ଟି କରିପାରେ । ଆର୍ଥିକ ଅସ୍ଥିରତା, ଦୀର୍ଘସ୍ଥାୟୀ ବେକାରୀ, ଏବଂ ଚାକିରି ବଜାରରେ ପୁନଃ ପ୍ରବେଶ କରିବାରେ ସମ୍ଭାବ୍ୟ ଅସୁବିଧା ହେଉଛି ପ୍ରାଥମିକ ସ୍ତରରେ ଚିନ୍ତାର ବିଷୟ । ରୋଜଗାର ଇତିହାସରେ ଅନ୍ତରାଳ ଭବିଷ୍ୟତ ନିଯୁକ୍ତିଦାତାଙ୍କ ପାଇଁ ରେଡ୍ ଫ୍ଲାଗ(ବିପଦ ସଂକେତ) ସଦୃଶ ହୋଇପାରେ । ତେଣୁ ଆର୍ଥିକ ସ୍ତର, ରଣନୀତିକ ନେଟୱାର୍କ ଏବଂ ରିସ୍କକୁ ପ୍ରଭାବଶାଳୀ ଢ଼ଙ୍ଗରେ ଏଡ଼ାଇବା ପାଇଁ ବିକଳ୍ପ ଯୋଜନା ଉପରେ ବିଚାର କରିବା ପାଇଁ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି । ଭାବିଚିନ୍ତି ନିଷ୍ପତ୍ତି ନେବା କ୍ୟାରିୟର ଟ୍ରାନଜିସନରେ ସହାୟକ ହୋଇଥାଏ ।

Get real time updates directly on you device, subscribe now.