fbpx

Pocketing Relation କଣ? କାହିଁକି ଏମିତି ସମ୍ପର୍କକୁ ଲୋକ ପସନ୍ଦ କରନ୍ତି? ଏହାର କି ପ୍ରଭାବ ରହିଛି ଜୀବନରେ?

ଓଡିଶା ଭାସ୍କର: ଆପଣ ପ୍ରେମରେ ଅଛନ୍ତି କି? ଆପଣଙ୍କ ରିଲେସନ ପକେଟିଂ ନୁହେଁତ? କାରଣ ପକେଟିଂ ରିଲେସନ ହୋଇପାରେ ଆପଣଙ୍କ ପାଇଁ ବିପଦ । ଆପଣ ଭାବୁଥିବେ ରିଲେସନରେ ପକେଟିଂ ପୁଣି କଣ? ହଁ ଆଜ୍ଞା, ପକେଟିଂ ରିଲେସନସିପ ରହିଛି । ଏମିତି ପ୍ରେମ ସମ୍ପର୍କ, ଯାହାକୁ ଜଣେ ସମାଜ, ପରିବାର, ସାଙ୍ଗସାଥୀଙ୍କଠାରୁ ଦୂରେଇ ରଖିଥାଏ ।

ପକେଟିଂ ରେଲେସନସିପର ରହିଛି ଅନେକ ସଙ୍କେତା ଯେମିତି କି:-

ସୋସିଆଲ ମିଡିଆରେ କୌଣସି ଚିହ୍ନବର୍ଣ୍ଣ ନ ରହିବା- ଯେତେବେଳେ ଜଣେ ନିଜ ପ୍ରେମିକ ବା ପ୍ରେମିକାକୁ ସୋସିଆଲ ମିଡିଆରେ ନିଜ ସମ୍ପର୍କକୁ ଜାହିର କରେନାହିଁ କି ପରସ୍ପର ନିଜ ପୋଷ୍ଟରେ ସାମିଲ କରନ୍ତି ନାହିଁ, ଏହା ହେଉଛି ପକେଟିଂ ରିଲେସନ ।

ସମସ୍ତଙ୍କଠାରୁ ଦୂରେଇ ରଖିବା- ପକେଟିଂ ରିଲେସନରେ ବ୍ୟକ୍ତି ନିଜ ପାର୍ଟନରଙ୍କୁ ପରିବାର, ସମାଜ, ସାମାଜିକ କାର୍ଯ୍ୟ, ସାଙ୍ଗସାଥୀଙ୍କଠାରୁ ଦୂରେଇ ରଖେ । କାହା ଆଗରେ ପାର୍ଟନର ବିଷୟରେ କିଛି କୁହେନାହିଁ ।

ସର୍ବସାଧାରଣ ଯାଗାରୁ ଦୂରେଇ ରହିବା- ଏକାଟିଆରେ ସବୁ ସମୟ କଥା ହେବାକୁ ବା ଦେଖା କରିବାକୁ ପସନ୍ଦ କରେ, ହେଲେ ସାର୍ବଜନୀନ ସ୍ଥାନକୁ ନେବାରୁ ଦୂରେଇ ରୁହେ ।

ତେବେ କାହିଁକି ଜଣେ ଏମିତି କରେ? ଏହାର କାରଣ ହେଉଛି, କିଛି ଲୋକ ନିଜ ସମ୍ପର୍କକୁ ନେଇ ଅନିଶ୍ଚିତତା ମଧ୍ୟରେ ରହିଥାନ୍ତି । ସାମାଜିକ ବିଧି ବ୍ୟବସ୍ଥା ମଧ୍ୟ ଅନେକ ସମୟରେ ଜଣକୁ ନିଜ ସାଥୀଙ୍କୁ ଲୁଚାଇ ରଖିବାକୁ ବାଧ୍ୟକରେ । ଯେମିତି, ଜାତି, ସାମାଜିକ ମର୍ଯାଦା, ଧର୍ମରେ ପାର୍ଥକ୍ୟ ପାଇଁ ବ୍ୟକ୍ତି ଏମିତି କରିଥାଏ । କିଛି ବ୍ୟକ୍ତି ମଧ୍ୟ ନିଜ ସମ୍ପର୍କ ପାଇଁ ସମାଜ ଆଖିରେ ସମ୍ମାନ ହାନୀର ଭୟରେ ଏମିତି କରନ୍ତି ।

କିନ୍ତୁ ଆପଣଙ୍କ ଏହି ବ୍ୟବହାର ଆପଣଙ୍କ ସାଥୀଙ୍କୁ ଅନେକ ସମୟରେ ଦୁଃଖ ଦେଇଥାଏ । ସେ ନିଜକୁ ଅପମାନିତ, ଅନ୍ୟମାନଙ୍କଠାରୁ ଛୋଟ ମଧ୍ୟ ମନେ କରିପାରନ୍ତି । ଯାହା ସମୟକ୍ରମେ ସମ୍ପର୍କରେ ସନ୍ଦେହ ଆଣିଦିଏ । ପରେ ଏହି ସନ୍ଦେହ ଦୂରତା ଆଣେ ।

Get real time updates directly on you device, subscribe now.