fbpx

ଏଣ୍ଟି କୋଲାଜେନ୍ ଡିଭାଇସ୍ ସିଷ୍ଟମ କ’ଣ ? ଜାଣନ୍ତୁ ଏହା ଦ୍ୱାରା ଟ୍ରେନ୍ ଦୁର୍ଘଟଣାକୁ କିପରି ରୋକା ଯାଇପାରିବ

Advertisement

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ହେଉଛି ଦୁନିଆର ୪ର୍ଥ ସବୁଠାରୁ ବଡ଼ ରେଳ ନେଟୱାର୍କ । ପ୍ରତ୍ୟେକ ଦିନ ଲକ୍ଷାଧିକ ଯାତ୍ରୀ ଭାରତୀୟ ରେଳରେ ଯାତ୍ରା କରିଥାନ୍ତି । ଅନେକ ସମୟରେ ଭାରତରେ ରେଳ ନେଟୱାର୍କ ବ୍ୟସ୍ତ ରହିବା ଯୋଗୁଁ ଦୁର୍ଘଟଣା ହେବାର ଆଶଙ୍କା ରହିଥାଏ । ବର୍ତ୍ତମାନ ରେଳ ଦୁର୍ଘଟଣା ଉପରେ ରୋକ୍ ଲଗାଇବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଏଣ୍ଟି କୋଲାଜେନ୍ ଡିଭାଇସ ବ୍ୟବହାର କରିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା କ’ଣ ଏହି ଏଣ୍ଟି କୋଲାଜେନ୍ ଡିଭାଇସ ସିଷ୍ଟମ ଏବଂ ଏହା କିପରି କାର୍ଯ୍ୟ କରିଥାଏ ।

ଏଣ୍ଟି କୋଲାଜେନ୍ ଡିଭାଇସ ସିଷ୍ଟମ ଦ୍ୱାରା ରେଳ ଟ୍ରାକରେ ସିଗନାଲ ସିଷ୍ଟମ ଏବଂ ଟ୍ରେନ୍ ଇଂଜିନକୁ ରେଡିଓ ଫ୍ରିକ୍ୱେନ୍ସି ଉପକରଣ ସହ ଇନଷ୍ଟଲ କରାଯିବ । ଏଣ୍ଟି କୋଲାଜେନ୍ ସିଷ୍ଟମର ଆଲର୍ଟ ସିଷ୍ଟମ ରେଳ ଟ୍ରାକରେ ଥିବା ପ୍ରତିବନ୍ଧକକୁ ଚିହ୍ନଟ କରିଥାଏ । ଏହି ସିଷ୍ଟମ ରେଳ ଟ୍ରାକ୍ ଏବଂ ଟ୍ରେନ୍ ଇଂଜିନ ମଧ୍ୟରେ ଥିବା ସମନ୍ୱୟକୁ ଯାଞ୍ଚ୍ କରିଥାଏ । ରେଳ ଟ୍ରାକରେ କୌଣସି ପ୍ରତିବନ୍ଧକ ଆସିଲେ ଏହା ତୁରନ୍ତ ଆଲର୍ଟ ସିଷ୍ଟମକୁ ସଂକେତ ପଠାଇଥାଏ । ଏହି ସିଷ୍ଟମ ଦ୍ୱାରା ଲୋକୋପାଇଲଟ୍ ଜଣଙ୍କ ରାତ୍ରୀ ସମୟରେ ଏବଂ ଘନ କୁହୁଡ଼ିରେ ମଧ୍ୟ ରେଳ ଟ୍ରାକରେ ଥିବା ପ୍ରତିବନ୍ଧକ ବିଷୟରେ ସୂଚନା ପାଇଥାଏ । ଫଳରେ ଲୋକୋ ପାଇଲଟ ଟ୍ରେନର ଗତି ହ୍ରାସ କରିଥାଏ । ତେବେ ସରକାର ଏହି ଟେକ୍ନୋଲୋଜି ପାଇଁ କିଲୋମିଟର ପିଛା ୩୦ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବ ବୋଲି ଅନୁମାନ କରାଯାଉଛି ।

ସୂଚନାରୁ ପ୍ରକାଶ ବର୍ତ୍ତମାନ ଏହି ଉପକରଣର ବ୍ୟବହାର ଦକ୍ଷିଣ ମଧ୍ୟ ରେଳବାଇର ୧୦୯୮ ଲାଇନ୍ କିମି ଏବଂ ୬୫ ଇଂଜିନରେ ବ୍ୟବହୃତ ହେଉଛି । ଏହାକୁ ଦିଲ୍ଲୀ- ମୁମ୍ବାଇ ଏବଂ ଦିଲ୍ଲୀ- ହାୱଡ଼ା ସର୍କିଟର ଏକ ଅଂଶରେ ଲାଗୁ କରାଯିବ । ଭାରତୀୟ ରେଳବାଇ ଅନୁଯାୟୀ ୨୦୨୮ ସୁଦ୍ଧା ଦେଶର ସମସ୍ତ ରେଳ ଟ୍ରାକରେ ଏଣ୍ଟି କୋଲାଜେନ ଉପକରଣ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇଯିବ । ଭାରତୀୟ ରେଳ ନେଟୱାର୍କରେ ଏହି ଟେକ୍ନୋଲୋଜି ସମ୍ପୂର୍ଣ୍ଣ ରୂପରେ କାର୍ଯ୍ୟକାରୀ ହେବା ପରେ ରେଳ ଦୁର୍ଘଟଣା ଅନେକାଂଶରେ ହ୍ରାସ ପାଇବ ।

Get real time updates directly on you device, subscribe now.