fbpx

ପିତୃପକ୍ଷରେ ଜନ୍ମ ହୋଇଥିବା ପିଲାମାନଙ୍କର କିପରି ହୋଇଥାଏ ଭବିଷ୍ୟ: ଜାଣନ୍ତୁ ସେମାନଙ୍କ ସ୍ୱଭାବ

ହିନ୍ଦୁ ଧର୍ମରେ ଥିବା ପ୍ରଥା ପରମ୍ପରାର ଭିନ୍ନ ଭିନ୍ନ ମହତ୍ୱ ଏବଂ ଗୁରୁତ୍ୱ ରହିଛି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରୁ ଆରମ୍ଭ କରି ଆଶ୍ୱିନ ମାସ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ରହିଥାଏ । ଯହାକି ହିନ୍ଦୁ ଧର୍ମରେ ବହୁତ ମହତ୍ୱ ରଖିଥାଏ ।ଏହି ସମସୟ ମଧ୍ୟରେ ପିତୃପୁରୁଷଙ୍କୁ ଶାନ୍ତି କରିବା ପାଇଁ ତର୍ପଣ ଶ୍ରାଦ୍ଧ ଏବଂ ପିଣ୍ଡଦାନ କରାଯାଇଥାଏ । ଯାହାଫଳରେ ପିତୃପୁରୁଷଙ୍କ ଆର୍ଶିବାଦ ପ୍ରାପ୍ତି ହୋଇଥାଏ । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ପିତୃପକ୍ଷରେ ଜନ୍ମ ହୋଇଥିବା ଶିଶୁଙ୍କ ଭବିଷ୍ୟ ଏବଂ ସେମାନଙ୍କ ସ୍ୱଭାବ ବିଷୟରେ…

ପିତୃପକ୍ଷରେ ଜନ୍ମ ହୋଇଥିବା ଶିଶୁ: ଜ୍ୟୋତିଷଙ୍କ ଅନୁଯାୟୀ,ଯଦିଓ ପିତୃପକ୍ଷ ସମୟରେ କୌଣସି ଶୁଭ କାର୍ୟ୍ୟ କରାଯାଇ ନାହିଁ, କିନ୍ତୁ ଏହି ଦିନରେ ଜନ୍ମ ହୋଇଥିବା ପିଲାମାନେ ବହୁତ ଶୁଭ ଏବଂ ଅତ୍ୟନ୍ତ ଭାଗ୍ୟବାନ ହୋଇଥାନ୍ତି । । ସେମାନଙ୍କ ଉପରେ ପୂର୍ବ ପୁରୁଷଙ୍କ ଆଶୀର୍ବାଦ ରହିଥାଏ । ବିଶ୍ୱାସ କରାଯାଏ ଯେ ଏହିପରି ପିଲାମାନେ ସେମାନଙ୍କର ନିଜ ପରିବାରର ପୂର୍ବପୁରୁଷ ଅଟନ୍ତି। ଏହି ପିଲାମାନେ ପରିବାରର ଉନ୍ନତି ପାଇଁ କାର୍ୟ୍ୟ କରନ୍ତି । ଏହିପରି ପିଲାମାନେ ପରିବାର ସଦସ୍ୟଙ୍କୁ ସର୍ବଦା ଗୁରୁତ୍ୱ ଦିଅନ୍ତି ।

ପିଲାମାନଙ୍କ ସ୍ୱଭାବ: ଶାସ୍ତ୍ର ଅନୁସାରେ, ପିତୃପକ୍ଷରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସୃଜନଶୀଳ ହୋଇଥାନ୍ତି । ଏହିପରି ପିଲାମାନେ କିଛି ବିଶେଷ ଉଦ୍ଦେଶ୍ୟରେ ଜନ୍ମ ହୁଅନ୍ତି । ଏହି ପିଲାମାନେ ଖୁସି ପ୍ରକୃତିର ହୋଇଥିବା ବେଳେ ପରିବାର ପ୍ରତି ସେମାନଙ୍କର ବହୁତ ନିବିଡତା ରହିଥାଏ । ତେବେ ଏହି ପିଲାମାନେ ସକରାତ୍ମକ ଚିନ୍ତା କରିବା ସହିତ ସେମାନେ ସଠିକ୍ ନିଷ୍ପତ୍ତି ନେବାକୁ ସକ୍ଷମ ହୋଇଥାନ୍ତି । ତେବେ ଏହି ପିଲାମାନେ ବହୁତ କମ୍ ବୟସରେ ବଡ଼ ସଫଳତା ହାସଲ କରିଥାନ୍ତି । ପିତୃପକ୍ଷରେ ଜନ୍ମିତ ପିଲାମାନଙ୍କର ରାଶିରେ ଚନ୍ଦ୍ର ଦୁର୍ବଳ ସ୍ଥିତିରେ ରହିଥାନ୍ତି, ଯେଉଁ କାରଣରୁ ସେମାନଙ୍କ ଜୀବନରେ ଅନେକ ବାଧାବିଘ୍ନ ଅସିଥାଏ । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଦ୍ୱାରା ଏହି ଚନ୍ଦ୍ରକୁ ଶକ୍ତିଶାଳୀ କରାଯାଇପାରିବ ।

Get real time updates directly on you device, subscribe now.