ହାର୍ଟ ଆଟାକ ଆସିଲେ ଶରୀରର ପ୍ରଥମେ କେଉଁ ସ୍ଥାନରେ ହୋଇଥାଏ ଯନ୍ତ୍ରଣା? ଜାଣନ୍ତୁ

ବଦଳୁଥିବା ଜୀବନଶୈଳୀ ଯୋଗୁ ଅନେକ ଲୋକ ଅନେକ ଅସୁବିଧାକୁ ସମ୍ନା କରୁଛନ୍ତି। ଏଥିପାଇଁ ନାନାଦି ରୋଗର ସାମ୍ନା ମଧ୍ୟ କରିବାକୁ ପଡୁଛି। ଏଥିପାଇଁ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖିବାକୁ ମିଳୁଛି । ଅଧିକ ଷ୍ଟ୍ରେସ ଓ ଚାପ ଯୋଗୁଁ ଏବେ ହାର୍ଟ ଆଟାକ ବା ହୃଦଘାତ ଭଳି ସମସ୍ୟା ଅଧିକ ଭାବରେ ଦେଖିବାକୁ ମିଳୁଛି । କେବଳ ବୟସ୍କ ଲୋକ ନୁହଁନ୍ତି ବରଂ ଯୁବଗୋଷ୍ଠୀ ମଧ୍ୟ ଏହାର ଶିକାର ହେଉଛନ୍ତି।

ହାର୍ଟ ଆଟାକ ବା ହୃଦ୍‌ଘାତରେ ଆଜିକାଲି ଅଧିକାଂଶ ଶିକାର ହେଉଛନ୍ତି। ଏପରିକି ଏହି ସମସ୍ୟା କମ୍‌ ବୟସ ପିଲାଙ୍କଠାରେ ମଧ୍ୟ ଦେଖାଦେଉଛି। ଭାରତରେ ହୃଦ୍‌ଘାତରେ ମୃତ ବ୍ୟକ୍ତିଙ୍କ ସଂଖ୍ୟା ଢେର ଅଧିକ। ଡାକ୍ତରଙ୍କ କହିବା ଅନୁସାରେ, ହୃଦ୍‌ଘାତରେ ଆକ୍ରାନ୍ତ ହେବା ପୂର୍ବରୁ ଶରୀରର ୩ଟି ସ୍ଥାନରେ ଯନ୍ତ୍ରଣା ହୋଇଥାଏ। ଏହା ଆଗୁଆ ଜାଣି ପାରି ତୁରନ୍ତ ହସ୍ପିଟାଲ ଗଲେ ଜୀବନ ରକ୍ଷା ହେବାର ଶତ ପ୍ରତିଶତ ଗ୍ୟାରେଣ୍ଟି ଥାଏ।

ହୃଦ୍‌ଘାତ ପୂର୍ବରୁ ପ୍ରଥମେ ହାତ, ଗଣ୍ଠି ଏବଂ କାନ୍ଧରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଧୀରେ ଧୀରେ ଏହା ହାର୍ଟ ବା ହୃଦୟକୁ ବ୍ୟାପିଥାଏ। ଏହି ସମସ୍ୟା ପ୍ରାୟ ୧ ଘଣ୍ଟା ଧରି ଚାଲିଥାଏ। ଏହା ଜଣେ ବ୍ୟକ୍ତି ଜାଣି ନ ପାରିଲେ ଶେଷରେ ତା’ର ମୃତ୍ୟୁ ଘଟିଥାଏ।