fbpx

କମ୍ପ୍ୟୁଟର, ଟେଲିଭିଜନ ଓ ମୋବାଇଲକୁ ହିନ୍ଦିରେ କ’ଣ କହନ୍ତି?

ନୂଆଦିଲ୍ଲୀ: ଆପଣମାନେ ସାଧାରଣ ଭାବେ ବିଭିନ୍ନ ବସ୍ତୁ, ପଦାର୍ଥକୁ ଓଡ଼ିଆ, ଇଂରାଜୀ ଓ ହିନ୍ଦିରେ କ’ଣ କହନ୍ତି ଜାଣିଥିବେ । ତେଣୁ ଏପରି କିଛି ବୈଦ୍ୟୁତିକ ସରଞ୍ଜାମକୁ ଆପଣମାନେ ନିଶ୍ଚିତ ଭାବେ ଦ୍ୱନ୍ଦ୍ୱରେ ପଡ଼ିବେ । ଯଦି ଆପଣମାନଙ୍କୁ କୁହାଯିବ କମ୍ପ୍ୟୁଟର, ଟେଲିଭିଜନ ଓ ମୋବାଇଲକୁ ହିନ୍ଦିରେ କ’ଣ କୁହନ୍ତି ତେବେ ଆପଣମାନେ ଏହାର ଉତ୍ତର ଦେଇପାରିବେ କି?

ପ୍ରକୃତ କଥା ହେଉଛି ଇଂରାଜୀ ଶବ୍ଦକୁ ଅଧିକ ମାତ୍ରାରେ ବ୍ୟହାର କରାଯିବା ଫଳରେ ଏହା ଏକ ହିନ୍ଦି ଶବ୍ଦ ବୋଲି ଅନେକ ଧରିନେଇଥାନ୍ତି । କମ୍ପ୍ୟୁଟର, ଟେଲିଭିଜନ ଓ ମୋବାଇଲ ହେଉଛି ଗୋଟିଏ ଗୋଟିଏ ଇଂରାଜୀ ଶବ୍ଦ । ଆଜିକାଲି ବିଭିନ୍ନ କ୍ଷେତ୍ରରେ କମ୍ପ୍ୟୁଟରର ବହୁଳ ବ୍ୟବହାର କରାଯାଉଛି । କମ୍ପୁଟରକୁ ହିନ୍ଦିରେ ‘ସଂଗଣକ’ କହନ୍ତି । ଘଣ୍ଟା ଘଣ୍ଟା ସମୟ ଲାଗୁଥିବା ଗଣନାକୁ କମ୍ପ୍ୟୁଟର ମାଧ୍ୟମରେ କିଛି ସେକେଣ୍ଡ ମଧ୍ୟରେ କରାଯାଇପାରେ । ତେଣୁ ଏହାର ନାମ ସଂଗଣକ ରଖାଯାଇଛି ।

ସେହିପରି ଦେଶରେ ପ୍ରତ୍ୟେକ ଦିନ କୋଟି କୋଟି ଲୋକ ଟେଲିଭିଜନ ଦେଖିଥାନ୍ତି । ଏହା ମାଧ୍ୟମରେ ଆପଣମାନେ ଦେଶ ବିଦେଣ, ବାଣିଜ୍ୟ, କୃଷି, କ୍ରୀଡ଼ା ଓ ମନୋରଞ୍ଜନଧର୍ମୀ ଖବର ପାଇଥାନ୍ତି । ଏହାକୁ ହିନ୍ଦିରେ ‘ଦୂରଦର୍ଶନ’ କହନ୍ତି । ୧୯୫୯ ମସିହା ସେପ୍ଟେମ୍ବର ୧୫ ତାରିଖରେ ଭାରତରେ ଟିଭିର ଆରମ୍ଭ ହୋଇଥିଲା । ଆପଣମାନେ ମୋବାଇଲକୁ ପ୍ରତି ମୁହୂର୍ତ୍ତରେ ବ୍ୟବହାର କରୁଥିଲେ ହେଁ ଏହାର ହିନ୍ଦି ନାମ ବୋଧହୁଏ ଜାଣିନଥିବେ । ଏହାକୁ ହିନ୍ଦିରେ ‘ସଚଳ ଦୂରଭାଷ ଯନ୍ତ୍ର’ କହନ୍ତି । ଆପଣ ମୋବାଇଲକୁ ପ୍ରତ୍ୟେକ ସ୍ଥାନକୁ ନେଇ କରି ଯାଇପାରନ୍ତି । ସେହି କାରଣରୁ ତାହାକୁ ସଚଳ ଯନ୍ତ୍ର କୁହାଯାଏ । ଏଥିସହିତ ଟେଲିଫୋନକୁ ହିନ୍ଦିରେ ‘ଦୂରଭାଷ ଯନ୍ତ୍ର’ କୁହାଯାଏ ।

Get real time updates directly on you device, subscribe now.