fbpx

EVM ପ୍ରସଙ୍ଗକୁ ନେଇ କପିଲ ସିବଲ ଦେଲେ ଏହି ପରାମର୍ଶ

Advertisement

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ୨ ସପ୍ତାହ ପରେ ଦେଶରେ ପୁଣି ଥରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍(EVM) ହ୍ୟାକ୍ ପ୍ରସଙ୍ଗ ତେଜିବାରେ ଲାଗିଛି । ଏହି ପ୍ରସଙ୍ଗ ପ୍ରଥମେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଉଠାଇଥିଲେ । ଏହା ପରେ ରାହୁଲ ଗାନ୍ଧୀ ଏବଂ ଅଖିଳେଶ ଯାଦବଙ୍କ ସମେତ ଅନେକ ନେତାଙ୍କ ମଧ୍ୟରେ ଇଭିଏମ୍ ହ୍ୟାକ୍ ବିପଦ ପ୍ରସଙ୍ଗକୁ ନେଇ ବିତର୍କ ଦେଖିବାକୁ ମିଳିଛି । ଏଥିମଧ୍ୟରେ କଂଗ୍ରସର ରାଜ୍ୟସଭା ସାଂସଦ କପିଲ ସିବଲ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ନିର୍ବାଚନ ଆୟୋଗ ଏବଂ ମୁଖ୍ୟ ନିର୍ବାଚନ କମିଶନରଙ୍କ ଉପରେ ଗୁରୁତର ପ୍ରଶ୍ନ ଉଠାଇବା ସହ ଇଭିଏମ ସମ୍ବନ୍ଧରେ ବିରୋଧିଙ୍କ ରଣନୀତି ଉପରେ ପରାମର୍ଶ ଦେଇଛନ୍ତି ।

ଇଭିଏମ୍ ପ୍ରସଙ୍ଗକୁ ନେଇ କପିଲ ସିବଲ କୌଣସି ଟିପ୍ପଣୀ ଦେବାକୁ ମନା କରିଦେଇଛନ୍ତି । ଇଭିଏମକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ କଟାକ୍ଷ କରିଛନ୍ତି । ସେ କହିଛନ୍ତି, ‘ଏହା ଏକ ବଡ଼ ପ୍ରସଙ୍ଗ । ଯେବେ ସୁପ୍ରିମକୋର୍ଟ ଏହା କହିଛନ୍ତି ଯେ ଆମକୁ ମେସିନ୍ ଉପରେ ବିଶ୍ୱାସ କରିବା ଉଚିତ ଏବଂ ଭାରତର ନିର୍ବାଚନ ଆୟୋଗ ଉପରେ ବିଶ୍ୱାସ କରିବା ଉଚିତ । ସର୍ବୋଚ୍ଚ ନ୍ୟାୟାଳୟ ଯଦି ତାଙ୍କ ଉପରେ ବିଶ୍ୱାସ କରୁଛନ୍ତି ତେବେ ମୁଁ କାହିଁକି ତାଙ୍କ ଉପରେ ଟିପ୍ପଣୀ ଦେବି ? ଯଦି ଆମେ ସରକାର ଏବଂ ମେସିନ୍ ଉପରେ ବିଶ୍ୱାସ କରିବା ତେବେ ସବୁ କାର୍ଯ୍ୟ ମେସିନ୍ ମାଧ୍ୟମରେ କରାଯିବା ଉଚିତ । ତେବେ କୋର୍ଟ କାହିଁକି ଅଛି ? ସେହିପରି ଯଦି ଆମେ ସରକାରଙ୍କ ଉପରେ ବିଶ୍ୱାସ କରିବା ତେବେ ନିଷ୍ପତ୍ତି ଦେବାର କ’ଣ ଫାଇଦା ? ଏହା ଏକ ବଡ଼ ପ୍ରସଙ୍ଗ । ଏହା ଉପରେ ମୁଁ ପରେ ଟିପ୍ପଣୀ ଦେବି ।’

EVMକୁ ନେଇ ବିରୋଧୀଙ୍କୁ କ’ଣ ପରାମର୍ଶ ଦେଲେ କପିଲ ସିବଲ ?

କପିଲ ସିବଲ ଏହି ପରାମର୍ଶ ଦେଇଛନ୍ତି କି ଇଭିଏମ୍ ବିଶ୍ୱସନୀୟତା ମାମଲା ସଂସଦର ମୌସୁମୀ ଅଧିବେଶନରେ ଉଠାଇବା ଉଚିତ । ଆଗାମୀ ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇବାର କୌଣସି ଲାଭ ନାହିଁ । ଏହି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ଆବଶ୍ୟକ । ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ମୁଖ୍ୟ ନିର୍ବାଚନ କିମିଶନର ରାଜୀବ କୁମାର ପକ୍ଷପାତ କରିଥିବା ଅଭିଯୋଗ କରିଛନ୍ତି ।

 

 

Get real time updates directly on you device, subscribe now.