fbpx

ପିଲାମାନେ ମୋଟା ହେବା ପଛରେ କ’ଣ ରହିଛି କାରଣ ? ଏହା ଗମ୍ଭୀର ରୋଗର ଲକ୍ଷଣ ନୁହେଁ ତ !

Advertisement

ଓଡ଼ିଶା ଭାସ୍କର: ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଅସନ୍ତୁଳିତ ଖାଦ୍ୟପେୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଅନେକ ସମସ୍ୟାର କାରଣ ପାଲଟିଛି । ଏଭଳି ସ୍ଥିତିରେ ଏକ ଗମ୍ଭୀର ରୋଗ ଭାବେ ଉଭା ହୋଇଛି ମେଟାବୋଲିକ୍ ସିଣ୍ଡ୍ରୋମ(Metabolic Syndrome) । ଏହି ରୋଗ ଅଧିକାଂଶ ୧୦ ବର୍ଷରୁ କମ୍ ପିଲାମାଙ୍କ କ୍ଷେତ୍ରରେ ଅଧିକ ଦେଖାଦେଇଥାଏ । କମ୍ ବୟସରେ ପିଲାମାନଙ୍କୁ ହୃଦରୋଗ ଏବଂ ଟାଇପ୍ ୨ ଡାଇବେଟିସ୍ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଏହି ରୋଗରେ ପୀଡ଼ିତ ପିଲାମାନେ ପ୍ରୟତଃ ବୟସରୁ ଅଧିକ ମୋଟା ଦେଖାଯାଇଥାନ୍ତି । କମ୍ ବୟସରେ ଅତ୍ୟାଧିକ ଓଜନ ବୃଦ୍ଧି ହେବା କାରଣରୁ ଶରୀରରେ ଇନସୁଲିନ୍ କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ ।
ଲକ୍ଷଣ:
– ତଳ ପେଟରେ ଅତ୍ୟାଧିକ ଚର୍ବି
– ଉଚ୍ଚ ରକ୍ତଚାପ ଏବଂ ଉଚ୍ଚ ରକ୍ତଶର୍କରା
– ଉଚ୍ଚ ଟ୍ରାଇଗ୍ଲିସରାଇଡ୍ସ୍‌(Triglycerides)
– କମ୍ ଏଚ୍‌ଡିଏଲ୍ କଲେଷ୍ଟ୍ରାଲ
– PCOS ଏବଂ Obstructive Sleep Apnea

ମେଟାବୋଲିକ୍ ଡିସଅର୍ଡ଼ର ପଛରେ ଅନୁବାଂଶିକ କାରଣ ମଧ୍ୟ ଅନ୍ୟତମ । ଏହା ବ୍ୟତୀତ କେତେକ କ୍ଷେତ୍ରରେ ପରିବେଶ, ଅସନ୍ତୁଳିତ ଖାଦ୍ୟପେୟ, ଜୀବନଶୈଳୀରେ କୁଅଭ୍ୟାସ କାରଣରୁ ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ତେଣୁ ମେଟାବୋଲିକ୍ ଡିସଅର୍ଡରରୁ ପିଲାମାନଙ୍କୁ ଦୂରେଇ ରଖିବା ପାଇଁ ଜୀବନଶୈଳୀରେ କିଛି ପରିବର୍ତ୍ତନ ଆବଶ୍ୟକ :

– ଡ଼ାକ୍ତର କିମ୍ବା ଡାଇଟିସିଆନର ପରାମର୍ଶ ନେଇପାରିବେ ।
– ଅତ୍ୟାଧିକ ଜଙ୍କ୍ ଫୁଡ୍‌, କୋଲ୍ଡ ଡ୍ରିଙ୍କ୍ ଠାରୁ ପିଲାମାନଙ୍କୁ ଦୂରେଇ ରଖନ୍ତୁ ।
– ଖାଦ୍ୟପେୟରେ ସବୁଜ ପନିପରିବା, ଫଳ, ଶସ୍ୟ ଇତ୍ୟାଦି ସାମିଲ କରନ୍ତୁ ।
– ପିଲାମାନଙ୍କୁ ଖେଳକୁଦ କରିବା ପାଇଁ ପ୍ରୋତ୍ସାହିତ କରନ୍ତୁ ।

Get real time updates directly on you device, subscribe now.