fbpx

ୱାଟର ରିଟେନସନ କ’ଣ ? ଶରୀରର କେଉଁ ଭାଗକୁ ଅଧିକ ପ୍ରଭାବିତ କରିଥାଏ

ଓଡ଼ିଶା ଭାସ୍କର: ଦୀର୍ଘାୟୁ ଏବଂ ସୁସ୍ଥ ରହିବା ପାଇଁ ସମସ୍ତେ ଚାହିଁଥାନ୍ତି । କିନ୍ତୁ ଜୀବନରେ ବ୍ୟସ୍ତତା କାରଣରୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜୀବନଶୈଳୀରେ ପରିବର୍ତ୍ତନ କାରଣରୁ ବ୍ୟକ୍ତିକୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସେହିପରି ‘ୱାଟର ରିଟେନସନ୍’ ଏକ ଗମ୍ଭୀର ରୋଗ ଭାବେ ଉଭା ହୋଇଛି । ଏହି ରୋଗ କାରଣରୁ ଶରୀରର କିଛି ଅଂଶ ଯେପରି ହାତ, ଗୋଡ଼, ମୁହଁ ଏବଂ ପେଟର ମାଂସପେଶୀରେ ଫୁଲା ସମସ୍ୟା ବୃଦ୍ଧି ପାଇଥାଏ । ଅଧିକାଂଶ କ୍ଷେତ୍ରରେ ଲୋକମାନେ ଏହାକୁ ସାଧାରଣ ଫୁଲା ଭାବି ଅଣଦେଖା କରିଥାନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ଏହା ଗମ୍ଭୀର ରୋଗ ଭାବେ ଉଭା ହୋଇଥାଏ ।

‘ୱାଟର ରିଟେନସନ୍’ ହୋଇଥିଲେ ଏହି ସବୁ ଲକ୍ଷଣ ଦେଖାଦେଇଥାଏ:
– ଗୋଡ଼ ଓ ହାତ ଫୁଲିବା
– ହାତ ଏବଂ ପାଦର ଆଙ୍ଗୁଳି ଫୁଲିବା
– ହଠାତ ଓଜନ ବୃଦ୍ଧି ହେବା
– ଚର୍ମ ଶଙ୍କୁଚିତ ହେବା ଏବଂ ଲାଲ ପଡ଼ିଯିବା

ୱାଟର ରିଟେନସନର କାରଣ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଅନେକ କାରଣ ଯୋଗୁ ୱାଟର ରିଟେନସନର ସମସ୍ୟା ଦେଖାଦେଇଥାଏ କିନ୍ତୁ ଅଧିକ ମାତ୍ରାରେ ଲୁଣର ସେବନ କରିବା ପ୍ରମୁଖ କାରଣ ଅଟେ । ଏହା ଦ୍ୱାରା ଶରୀରରେ ସୋଡିୟମର ମାତ୍ରା ବୃଦ୍ଧି ହୋଇଥାଏ । ସେଥିପାଇଁ ଖାଦ୍ୟରେ ଲୁଣା ମାତ୍ରା କମ କରିବାକୁ ଡ଼ାକ୍ତରମାନେ ପରାମର୍ଶ ଦେଇଥାନ୍ତି । ବିଶେଷ କରି ମହିଳାଙ୍କ କ୍ଷେତ୍ରରେ ହର୍ମୋନାଲ ଅସନ୍ତୁଳନ, ଅଧିକ ମାତ୍ରାରେ ଶର୍କରା ସେବନ କରିବା, ଦୃଦୟ ଏବଂ ଯକୃତ ଜନିତ ଗମ୍ଭୀର ରୋଗ ୱାଟର ରିଟେନସନର ଅନ୍ୟ କାରଣ । ଅଧିିକ ଚାପଗ୍ରସ୍ତ ହେବା କାରଣରୁ ମଧ୍ୟ ଶରୀରରୁ ବିଶାକ୍ତ ପଦାର୍ଥ ନିର୍ଗତ ହେବାରେ ସମସ୍ୟା ଦେଖାଦେଇଥାଏ । ତେଣୁ ଯେତେଦୂର ସମ୍ଭବ ଚାପମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ ।
ୱାଟର ରିଟେନସନ ଠାରୁ କିପରି ଦୂରେଇ ରହି ପାରିବେ ?

– ଖାଦ୍ୟପେୟରେ ସବୁଜ ପନିପରିବା ଏବଂ ଡ୍ରାଏ ଫ୍ରୁଟ୍ସ୍ ସାମିଲ କରନ୍ତୁ
– ଅଧିକ ମାତ୍ରାରେ ଭିଟାମିନ୍ ‘ସି’ ଯୁକ୍ତ ଖାଦ୍ୟପେୟ ସେବନ କରନ୍ତୁ
– ବିଭିନ୍ନ ପ୍ରକାର ମୌସୁମୀ ଫଳ ଏବଂ ଗାଜରର ସେବନ କରିବା ଲାଭଦୟକ ହୋଇଥାଏ ।

 

Get real time updates directly on you device, subscribe now.