New Year Party ପ୍ଲାନ କରୁଛନ୍ତି, ତେବେ ଥରେ ପଢି ନିଅନ୍ତୁ ଏହି ଖବର , ନହେଲେ…
ଏମିତି କିଛି କାମ ଅଛି, ଯାହାକୁ କଲେ ଆପଣ ଅଡୁଆରେ ପଡି ପାରନ୍ତି । ଏମିତି କି ଜେଲ ମଧ୍ୟ ଭୋଗିବାକୁ ପଡିପାରେ
ନୂଆଦିଲ୍ଲୀ- ନୂଆବର୍ଷ ପାଳନ ପାଇଁ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ନୂଆ ବର୍ଷ ପାଳନ କାଳରେ ଏହି ଭୁଲ କଲେ ଆପଣଙ୍କୁ ମଧ୍ୟ ହୋଇପାରେ ଜେଲ । ମଜା ହୋଇଯିବ ସଜା । ତେଣୁଚଳିତ ନୂଆ ବର୍ଷ ପାର୍ଟିରେ କେଉଁ କେଉଁ ବିଷୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ ଆପଣଙ୍କୁ ଆସନ୍ତୁ ଜାଣିନିଅନ୍ତୁ ।
ନୂଆ ବର୍ଷ ସେଲିବ୍ରେସନ ସମୟରେ ଏମିତି କିଛି କାମ ଅଛି, ଯାହାକୁ କଲେ ଆପଣ ଅଡୁଆରେ ପଡି ପାରନ୍ତି । ଏମିତି କି ଜେଲ ମଧ୍ୟ ଭୋଗିବାକୁ ପଡିପାରେ । ତେବେ ନୂଆବର୍ଷ ପାର୍ଟିରେ କଣ କରିବା ଆପଣଙ୍କ ପାଇଁ ହାନି ପହଞ୍ଚାଇବ ତାହା ଆସନ୍ତୁ ଜାଣିବା ।
ନୂଆବର୍ଷକୁ ନେଇ ଲୋକଙ୍କ ଭିତରେ ଖୁବ ଉତ୍ସାହ ରହିଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ବଡ ବଡ ଆୟୋଜନ ଚାଲିଛି । ତେବେ ଏମିତି ପାର୍ଟିରେ ଅନେକ ସମୟରେ ଯୁବବର୍ଗଙ୍କ ଉତ୍ସାହ ସୀମା ପାର କରିଯାଏ । ସେମାନେ ଏମିତି କାମ କରିପକାନ୍ତି, ଯାହା ସେମାନଙ୍କୁ ଅଡୁଆରେ ପକାଇ ପାରେ ।
ବିଶେଷ ରୂପେ ଡ୍ରଗ୍ସ ବ୍ୟବହାର କରି ଧରାପଡିଲେ ଆପଣଙ୍କ ବିରୋଧରେ ନାର୍କୋଟିକ ଆକ୍ଟରେ ମାମଲା ଦାୟର ହୋଇପାରେ । ତେଣୁ କେଉଁଠି ବି ପାର୍ଟି କରନ୍ତୁ ନା କାହିଁକି, ପାର୍ଟିରେ ଜମା ଡ୍ରଗ୍ସ ନିଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ପୋଲିସ ଧରିବାର ବହୁ ସମ୍ଭାବନା ରହିଛି । ଏହି ମାମଲାରେ ସହଜରେ ଜାମିନ ମଧ୍ୟ ମିଳି ନ ଥାଏ ।
ଏହା ବ୍ୟତୀତ ନୂଆ ବର୍ଷ ପାଳନ ସମୟରେ ଅନେକ ଲୋକ ଖୁସିରେ ଅତ୍ୟଧିକ ମଦ୍ୟପାନ କରିଥାନ୍ତି । ଘର ବସି ମଦ୍ୟପାନ କରୁଥିଲେ ଚଳିବ । କିନ୍ତ. ବାହାରେ କ୍ଲବ ବା ଅନ୍ୟ କେଉଁଠି ପାର୍ଟି କରୁଥିଲେ ଅଧିକ ମଦ ପିଇ ଘରକୁ ଫେରିବା ସମୟରେ ପୋଲିସ ହାବୁଡରେ ପଡିଲେ ମୋଟର ଭେହିକିଲ ଆକ୍ଟରେ ୬ ମାସ ଯାଏଁ ଜେଲ ହେବାର ମଧ୍ୟ ସମ୍ଭାବନା ରହିଛି । ଏଥିସହ ୧୦ହଜାର ଟଙ୍କା ଜରିମାନା ଦେବାକୁ ହେବ ।