fbpx
BSKY SKY
BSKY SKY

ପିପିଲି ଉପନିର୍ବାଚନକୁ ନେଇ କ’ଣ କହିଲେ ରୁଦ୍ର ମହାରଥୀ?

BSKY

ପିପିଲି,୨୮ ।୧(ଓଡିଶା ଭାସ୍କର): ପିପିଲି ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏହାରି ମଧ୍ୟରେ ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛି ବିଜେଡି । ପ୍ରତାପ ଦେବଙ୍କୁ ପିପିଲି ଦାୟିତ୍ୱ ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱର୍ଗତ ପ୍ରତୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ । ସେ କହିଛନ୍ତି ଯେ, ‘ଦଳ ଯାହାକୁ ଚାହିଁବ ଆମେ ସମର୍ଥନ କରିବୁ । ଦଳର ନିଷ୍ପତ୍ତିକୁ ସମର୍ଥନ ଦେବୁ । ପାର୍ଟି ଓ ମାଟିର ଉନ୍ନତି ପାଇଁ କାମ କରିବୁ । ମା’ ପୁଅ ମଧ୍ୟରେ କୌଣସି ବିବାଦ ନାହିଁ । ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଛି ।’

ଅନ୍ୟପଟେ ନିର୍ବାଚନ ପ୍ରସଙ୍ଗକୁ ଏଡାଇ ଗଲେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ । ସେ କହିଛନ୍ତି ଯେ, ‘ ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ।’ ତେବେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପଦବୀ ଖାଲି ପଡିଛି । ଏନେଇ ଖୁବଶୀଘ୍ର ପିପିଲି ଉପନିର୍ବାଚନର ତାରିଖ ପ୍ରକାଶ ପାଇବ ।

Get real time updates directly on you device, subscribe now.