ଶ୍ରାବଣର ପ୍ରଥମ ସୋମବାରରେ କରନ୍ତୁ ଏହି କାମ, ସର୍ବଦା ରହିବ ମହାଦେବଙ୍କ ଆଶୀର୍ବାଦ, ଦୂର ହେବ ସବୁ ସମସ୍ୟା

ଶ୍ରାବଣ ମାସର ପ୍ରଥମ ସୋମବାର ଦିନ କରନ୍ତୁ ଏହି ଉପାୟ, ସର୍ବଦା ରହିବ ଶିବଙ୍କ କୃପା

ଓଡ଼ିଶା ଭାସ୍କର: ଶ୍ରାବଣର ପ୍ରଥମ ସୋମବାର ଭଗବାନ ଶିବଙ୍କ କୃପା ଲାଭ ପାଇଁ ବିଶେଷ ବୋଲି କୁହାଯାଇଥାଏ। ଏହି ଦିନ ଖୁବ ପବିତ୍ର ଏବଂ ଶକ୍ତିଶାଳୀ।

ଯଦି ଆପଣ ଏହି ଦିନ ବିଶେଷ ଭାବେ ପୂଜା-ପାଠ ଏବଂ ଧର୍ଯ୍ୟର ସହ କିଛି ଶୁଭ କାର୍ଯ୍ୟ କରନ୍ତି, ତେବେ ସାରା ଶ୍ରାବଣରେ ଭଗବାନ ଶିବଙ୍କ କୃପା ରହିବ।

ସୋମବାରରେ କ’ଣ କରିବା ଆବଶ୍ୟକ:
ଭୋରରୁ ଉଠି ସ୍ନାନ କରିବା ଆବଶ୍ୟକ।
ସ୍ନାନ ପାଣିରେ ଗଙ୍ଗାଜଳ ମିଶାଇବା ଶୁଭ।
ଧୂଆ ଏବଂ ସ୍ୱଚ୍ଛ ବସ୍ତ୍ର ପରିଧାନ କରନ୍ତୁ।

ଶିବଲିଙ୍ଗର ଜଳାଭିଷେକ:
ତମ୍ବା ପାତ୍ରରେ ଗଙ୍ଗାଜଳ,କ୍ଷୀର , ମହୁ, ଦହି, ଘିଅର ପଞ୍ଚାମୃତକୁ ଶିବଲିଙ୍ଗ ଉପରେ ଚଢାନ୍ତୁ।
ବେଲପତ୍ର, ଦୁଦୁରା, ଭାଙ୍ଗ, ଅକ୍ଷତ, ଧଳା ଫୁଲ ଅର୍ପଣ କରନ୍ତୁ।
ଓଁ ନମଃ ଶିବାୟ ବା ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ୧୦୮ଥର ଜପ କରନ୍ତୁ।

ଶ୍ରାବଣ ସୋମବାରର ବ୍ରତ:
-ଦିନସାରା ଫଳ ଖାଇ, ଜଳଆହାର କରନ୍ତୁ।
-ଗୋଟିଏ ଥର ସାଧା ମଧ୍ୟ ଖାଇପାରିବେ, ଯେମିତିକି ସାବୁଦାନା, ବୁଟ, ଦହି ଆଦି।
ମନ-ବାଣୀ ଏବଂ କର୍ମ ଉପରେ ସଂଯମ ରଖନ୍ତୁ।

ଶିବ କଥା- ରୁଦ୍ରାଭିଷେକ କରନ୍ତୁ:
-ଶିବ ପୂରାଣ ପାଠ, ଶିବ ତାଣ୍ଡବ ବା ରୁଦ୍ରାଷ୍ଟକମର ଜପ କରନ୍ତୁ।
-ରୁଦ୍ରାଭିଷେକ କରିବା ଅତ୍ୟନ୍ତ ଶୁଭ।
-କନ୍ୟାମାନଙ୍କୁ, ବ୍ରାହ୍ମଣମାନଙ୍କୁ ବା ଗରିବମାନଙ୍କୁ ଭୋଜନ କରାନ୍ତୁ।
-ଖାସକରି ଧଳା ବସ୍ତ୍ର, ଚାଉଳ, ମିଶ୍ରୀ, କ୍ଷୀର ଆଦି ଦାନ କରନ୍ତୁ।
-ଦୀପ ଜଳାନ୍ତୁ ଏବଂ ବ୍ରତ କଥା ଶୁଣନ୍ତୁ।
-ସଂଧ୍ୟା ସମୟରେ ଶିବମନ୍ଦିରକୁ ଯାଇ ଦୀପ ଜଳାନ୍ତୁ।
-ଶ୍ରାବଣ ସୋମବାରରେ ବ୍ରତ କଥା ପଢନ୍ତୁ ବା ଶୁଣିବା ନିହାତି ଆବଶ୍ୟକ।

ଏହି ସବୁ ଶିବଙ୍କୁ ପ୍ରସନ୍ନ କରିବାର ସର୍ବଶ୍ରେଷ୍ଠ ଉପାୟ। ଏହା କରିବା ଦ୍ୱାରା ଜଣେ ବ୍ୟକ୍ତିର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ।