ଲାପଟପ୍ ଚଲାଇବା ବେଳେ କେଉଁ ଜିନିଷକୁ କରନ୍ତୁନି ଅଣଦେଖା, ନହେଲେ ଠୋ କରି ଫାଟିଯିବ !

ଆଜିକାଲି ଯୁବବର୍ଗଙ୍କ ପାଇଁ ଅତ୍ୟାବଶ୍ୟକ ଜିନିଷ ହେଉଛି ଲାପଟପ୍ । କିନ୍ତୁ ଏହାକୁ ବ୍ୟବହାର କରୁଥିଲେ ହୁଅନ୍ତୁ ସାବଧାନ । କିଛି ବିଶେଷ ଜିନିଷ ଉପରେ ଧ୍ୟାନ ଦେବା ଉଚିତ୍ । ନଚେତ୍ ଏହା ଖରାପ ହେବା ସହ ଫାଟିପାରେ । ଆସନ୍ତୁ ଜାଣିବା ଲାପଟପ୍ ଚଲାଇବା ବେଳେ କେଉଁ ଜିନିଷକୁ କରିବେନି ଅଣଦେଖା ।

ନଜର କରିଥିବେ ଲାପଟପ୍ ଚଲାଇବା ସମୟରେ ଆପଣଙ୍କର ସିଷ୍ଟମ୍ ଗରମ ହେଉଥିବ । ଏବେ ପ୍ରଶ୍ନ ଆସୁଛି ଆପଣଙ୍କ ଲାପଟାପ କାହିଁକି ହୋଇଥାଏ ଓଭରହିଟ୍ ? ଆସନ୍ତୁ ଜାଣିବା ଲାପଟପ୍ ଓଭରହିଟ୍ ସମସ୍ୟାକୁ କିପରି ଏଡାଇ ହେବ । ଯଦି ଆପଣଙ୍କ ଲାପଟପରେ ଓଭରହିଟ୍ ସମସ୍ୟା ଆସୁଛି ତେବେ ଏହାକୁ ଅଣଦେଖା କରନ୍ତୁନି । ନଚେତ୍ ଏହା ବଡ କ୍ଷତି ଘଟାଇପାରେ ।

 

ଉତ୍ତାପକୁ ସିଷ୍ଟମରୁ ବାହାର କରିବା ପାଇଁ ଫ୍ୟାନ୍ ଲଗାଯାଏ । ଯଦି ଫ୍ୟାନ୍ ସଠିକ୍ ଭାବରେ କାମ ନକରେ ତେବେ ଲାପଟପ୍ ଅତ୍ୟଧିକ ଗରମ ହେବା ଆରମ୍ଭ କରେ । ଏପରି ସ୍ଥିତିରେ ଲାପଟପ୍କୁ ତୁରନ୍ତ ମରାମତି କରିବା ଉଚିତ୍ । ଯଦି ଲାପଟପ୍ ରେ ଧୂଳି ଜମା ହୁଏ, ତେବେ ଠିକ୍ ଭାବେ ଭେଣ୍ଟିଲେସନ୍ ଅଭାବରୁ ଲାପଟପ୍ ଓଭରହିଟ୍ ହେବା ଆରମ୍ଭ କରିଥାଏ । ଯେଉଁ କାରଣରୁ କିଛି ବି ଅସୁବିଧା ହୋଇପାରେ ।

 

ଭୁଲରେ ମଧ୍ୟ ଲାପଟପ୍କୁ ଲୋକାଲ୍ ଚାର୍ଜରରେ ଚାର୍ଜ କରନ୍ତୁନି । ଏପରି କରିବା ଦ୍ୱାରା ଲାପଟପ୍ ଅତ୍ୟଧିକ ଗରମ ହୋଇପାରେ । ଓଭରହିଟ୍ ଯୋଗୁଁ ବ୍ୟାଟେରୀ ଫାଟିପାରେ । ଏଥିପାଇଁ ଲାପଟପ୍ ଓଭରହିଟ୍ ହେବା ମାତ୍ରେ ହିଁ ହୋଇଯାଆନ୍ତୁ ସତର୍କ । ଏହାକୁ ମରାମତି କରିନିଅନ୍ତୁ ।