fbpx

ସିଦ୍ଧୁ ଫେରିଲେ କ’ଣ କରିବେ ଅର୍ଚ୍ଚନା? ଦ କପିଲ ଶର୍ମା ଶୋ’ରେ ହେବ କି ଦମଦାର ଟ୍ୱିଷ୍ଟ

ମୁମ୍ବାଇ: ପଞ୍ଜାବ ବିଧାନସଭାରେ ନିର୍ବାଚନ ହାରିବା ପରେ ଦ କପିଲ ଶର୍ମା ଶୋ’ରେ ସିଦ୍ଧୁଙ୍କ କମବ୍ୟାକକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେଣୁ ଅର୍ଚ୍ଚନା ପୁରନ ସିଂହଙ୍କୁ ନେଇ ଅନେକ ମେମେ ଅନେକ ଟ୍ରୋଲ ମଧ୍ୟ ଆରମ୍ଭ ହୋଇ ଯାଇଛି । ବିଧାନସଭାରେ ସିଦ୍ଧୁଙ୍କ ଚେୟାର ଟଳମଳ ହେବା ପରେ ଏବେ ଅର୍ଚ୍ଚନାଙ୍କ ସିଟ ଉପରେ ବଢିଛି ଅଡୁଆ । ତେଣୁ ଖୁବ ଶୀଘ୍ର ସିଦ୍ଧୁ ଏହି ଶୋ’ରେ ଫେରିବେ ବୋଲି ନଟିଜେନ୍ସ ପକ୍ଷରୁ ମଧ୍ୟ କୁହାଯାଇଛି । ତେବେ ଏହି ସବୁ ମେମ୍ସ ଉପରେ ପ୍ରତିକ୍ରିୟା ରଖିଛନ୍ତି ନିଜେ ଅଭିନେତା ଅର୍ଚ୍ଚନା ପୁରନ ସିଂହ ।

ଏହିସବୁ ଟ୍ରୋଲ ଏବଂ ଘଟଣା ଦ୍ୱାରା ପ୍ରଭାବିତ ହେଉ ନଥିବା କହିଛନ୍ତି ଅର୍ଚ୍ଚନା, କାରଣ ଏହା ତାଙ୍କ ପାଇଁ କୌଣସି ଏକ ନୂଆ କଥା ନୁହେଁ । କିନ୍ତୁ ଯିଏ ଶୋ’ ଛାଡି ରାଜନୀତିରେ ଯୋଗ ଦେଇଛନ୍ତି ସେ ଏବେ ବି ଶୋ’ ସହ ଯୋଡି ହୋଇଥିବା କଥା ତାଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଛି । ଏହି ଶୋ’ରେ ନିଜ ଭୂମିକାକୁ ସୁଚାରୂ ରୂପେ ତୁଲାଉଥିବା କହିଛନ୍ତି ଅର୍ଚ୍ଚନା । ଏଥିସହ ସେ କହିଛନ୍ତି ଯେ, ସିଦ୍ଧୁଙ୍କ ସହ ଯେବେ ବି କିଛି ନୂଆ ଘଟରା ଘଟିଥାଏ, ତେବେ ତାଙ୍କ ଉପରେ ଏହି ମେମ୍ସ ହୋଇଥାଏ । ଗତ ୨୦୧୭ରେ ଅର୍ଚ୍ଚନାଙ୍କୁ ସିଦ୍ଧୁଙ୍କ ସ୍ଥାନରେ ଶୋ’ର ସ୍ଥାୟୀ ଜଜ୍ ଭାବରେ ସ୍ଥାନ ପାଇଥିଲେ । ଏହାପରେ ଶୋ’ର ହୋଷ୍ଟ କପିଲ ଶର୍ମା ଏନେଇ ଅନେକ ଥର ତାଙ୍କ ସହ ମଜାକ କରୁଥିବାର ଦେଖାଯାଇଛି ।

ତେବେ କପିଲ ଶର୍ମା ଶୋ’ ସହିତ ସେ ସର୍ବଦା ଯୋଡି ହୋଇ ରହି ପାରିବେ ନାହିଁ ବୋଲି ନିଜେ ସ୍ପଷ୍ଟ କରିଛନ୍ତି ଅର୍ଚ୍ଚନା । ତେବେ ଫ୍ୟାନ୍ସ ଏବଂ ଶୋ’ର ପ୍ରଯୋଜକ ଯଦି ପୁଣି ଥରେ ସିଦ୍ଧୁଙ୍କୁ କମବ୍ୟାକ କରାଇବାକୁ ଚାହାଁନ୍ତି, ତେବେ ଶୋ’ ଛାହିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଅର୍ଚ୍ଚନା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.