fbpx

ରାତିରେ କାମ କରିବନି Whatsapp; ଜାଣନ୍ତୁ Viral ଖବର ପଛର ସତ୍ୟତା

Advertisement

ନୂଆଦିଲ୍ଲୀ: ରାତିରେ ଆଉ କାମ କରିବନି ହ୍ୱାଟ୍ସଆପ୍ । ଏମିତି ଏକ ଖବର ବିଗତ କିଛି ଦିନ ହେବ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ରାତି ୧୧.୩୦ରୁ ଭୋର ୬ଟା ଯାଏଁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ କାମ କରିବ ନାହିଁ ବୋଲି କୁହାଯାଇଛି । ଏହି ଭାଇରାଲ ଖବରର ସତ୍ୟତା କଣ ରହିଛି ଏନେଇ ଟ୍ୱିଟ କରି ସୂଚନା ଦେଇଛି ପିଆଇବି । ମିଳିଥିବା ମେସେଜରେ କୁହାଯାଇଥିଲା କି ୪୮ ଘଣ୍ଟା ମଧ୍ୟରେ ଆପଣଙ୍କ ହ୍ୱାଟ୍ସଆପ ଆକାଉଣ୍ଟ ଅଚଳ ହୋଇଯିବ ଏବଂ ରାତି ୧୧.୩୦ରୁ ଭୋର ୬ଟା ମଧ୍ୟରେ ଏହା କାମ କରିବ ନାହିଁ । ଆକାଉଣ୍ଟ ଆକ୍ଟିଭେଟ କରିବା ପାଇଁ ମାସିକ ୪୯୯ ଟଙ୍କାର ଦେୟ ପ୍ରଦାନ କରିବାକୁ ପଡିବ ।

ତେବେ ପିଆଇବି ପକ୍ଷରୁ ଏହାକୁ ଫେକ୍ ବୋଲି ଦର୍ଶାଯିବ ସହିତ ଏଭଳି ମେସେଜରୁ ଦୂରେଇ ରହିବା ପାଇଁ ଅନୁରୋଧ କରାଯାଇଛି । ଭାରତ ସରକାର ତଥା ହ୍ୱାଟ୍ସଆପ୍ ପକ୍ଷରୁ ଏମିତି କୌଣସି ପ୍ରୟାସ କରାଯାଇନାହିଁ ବୋଲି ପିଆଇବି ଟ୍ୱିଟ କରିଛି । ଉଲ୍ଲେଖଯୋଗ୍ୟ ଯେ, ମେ ୧୫ରୁ ଜୁନ୍ ୧୫ ମଧ୍ୟରେ ହ୍ୱାଟ୍ସଆପ୍ ପ୍ରାୟ ୨୦ ଲକ୍ଷ ଆକାଉଣ୍ଟକୁ ବ୍ଲକ କରିଥିଲା ହ୍ୱାଟ୍ସଆପ୍ । ଏକ ଅଟୋମେଟିକ୍ ପ୍ରକ୍ରିୟା ଜରିଆରେ ସନ୍ଦେହଜନକ ଆକାଉଣ୍ଟ ଗୁଡିକ ଡିଲିଟ କରାଯାଇଥିଲା ବୋଲି ଫେସବୁକ ପକ୍ଷରୁ କୁହାଯାଇଥିଲା ।

Get real time updates directly on you device, subscribe now.