fbpx

ଏକା ସାଥିରେ ଚାରିଟି ଡିଭାଇସରେ ଚାଲିବ ହ୍ୱାଟ୍ସଆପ୍, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ଏହାର ୟୁଜର୍ସଙ୍କ ପାଇଁ ଖୁବ ଶୀଘ୍ର ଆଣିବାକୁ ଯାଉଛି ଏକ ନୂଆ ଫିଚର । ଯାହାଦ୍ୱାରା ୟୁଜର୍ସ ଏକ ସମୟରେ ଅନେକ ଡିଭାଇସରେ ଚଲାଇପାରିବେ ହ୍ୱାଟ୍ସଆପ୍ । ଏବେ ବ୍ୟବହାରକାରୀଙ୍କୁ ଆଉ କମ୍ପ୍ୟୁଟରରେ ହ୍ୱାଟ୍ସଆପ୍ ବ୍ୟବହାର କରିବା ପାଇଁ ବାରମ୍ବାର ସ୍କାନ କରିବାକୁ ପଡ଼ିବ ନାହିଁ । ଫୋନ ଅଫଲାଇନ ଥିଲେ ମଧ୍ୟ ଆପଣ ହ୍ୱାଟ୍ସଆପ୍ ୱେବ୍ ବ୍ୟବହାର କରିପାରିବେ । କାରଣ ହ୍ୱାଟ୍ସଆପ୍ ଏଭଳି ଏକ ଫିଚର ଆଣିବାକୁ ଯାଉଛି ଯାହାଦ୍ୱାରା ବ୍ୟବହାରକାରୀ ଅତି ସହଜରେ ଚାରିଟି ଡିଭାଇସରେ ନିଜର ହ୍ୱାଟ୍ସଆପ୍ ଲଗ୍ ଇନ୍ କରିପାରିବେ ।

ହ୍ୱାଟ୍ସଆପ୍ ବ୍ୟବହାରକାରୀ ଏବେ ନିଜର ଗୋଟିଏ ଆକାଉଣ୍ଟକୁ ଚାରିଟି ଡିଭାଇସରେ କରିପାରିବେ ଲଗ ଇନ । ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ ଏବଂ ହ୍ୱାଟ୍ସଆପ ପ୍ରମୁଖ ଓି୍ଲ କାଥକାର୍ଟ ଏନେଇ ସୂଚନା ଦେଇଛନ୍ତି । ଆଗାମୀ ଏକ-ଦୁଇ ମାସ ମଧ୍ୟରେ ଏହାର ବିଟା ଟେଷ୍ଟିଂ ଆରମ୍ଭ ହେବା ନେଇ ସୂଚନା ରହିଛି । ଏହି ଫିଚର ଦ୍ୱାରା ଅନ୍ୟ ଡିଭାଇସରେ ହ୍ୱାଟ୍ସଆପ ଖୋଲିବା ପାଇଁ ମୁଖ୍ୟ ଡିଭାଇସକୁ ଅନଲାଇନ କରିବା ଦରକାର ନାହିଁ ।

ବର୍ତ୍ତମାନ ୟୁଜର୍ସ କମ୍ପ୍ୟୁଟରରେ ସେତେବେଳେ ହ୍ୱାଟ୍ସଆପ୍ ୱେବର ବ୍ୟବହାର କରିପାରିଥାନ୍ତି ଯେତେବେଳେ ମୁଖ୍ୟ ଡିଭାଇସ ବା ମୋବାଇଲ ଫୋନ ଅନଲାଇନ ଥାଏ । ତେବେ ଏହାର ବିଟା ଟେଷ୍ଟିଂ ଶେଷ ହେବା ପରେ ଏହା ସମସ୍ତଙ୍କ ବ୍ୟବହାର ପାଇଁ ରିଲିଜ କରାଯିବ । ହ୍ୱାଟ୍ସଆପ ଖୁବଶୀଘ୍ର ଏକ ନୂଆ ଫିଚର ଆଣିବାକୁ ଯାଉଛି ଯାହାଦ୍ୱାରା ୟୁଜର୍ସ ହ୍ୱାଟ୍ସଆପରେ ଦେଖୁଥିବା ଭିଡିଓର କ୍ୱାଲିଟିକୁ ବାଛିପାରିବେ ।

Get real time updates directly on you device, subscribe now.