fbpx

ହ୍ୱାଟ୍ସଆପ୍ ଆଣୁଛି ଖାସ୍ ଫିଚର, ଲୁଚାଇପାରିବେ ଲାଷ୍ଟ୍ ସିନ୍

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ଏକ ଲୋକପ୍ରିୟ ମେସେଜିଙ୍ଗ ଆପ୍ । ଏମିତିରେ ଏହି ଆପ୍ ର ଅନେକ ଫିଚର୍ସ ୟୁଜର୍ସଙ୍କ ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଏହାର ‘ଲାଷ୍ଟ ସିନ୍’ ଫିଚର ବେଳେ ଲୋକଙ୍କୁ ଅସୁବିଧା କରିଥାଏ । ସେତେବେଳେ ଯେତେବେଳେ ଆପଣ କାହାକୁ ମେସେଜ କରିବାକୁ ଚାହୁନାହାନ୍ତି । କିନ୍ତୁ ଏବେ ହ୍ୱାଟ୍ସଆପ ନୂଆ ଅପଡେଟ ସହ ନୂଆ ପ୍ରାଇଭେସୀ ଅପ୍ସନ ଆଣିବା ପାଇଁ ପ୍ରସ୍ତୁତ ହେଉଛି । ଏହା ଦ୍ୱାରା ୟୁଜର ଏହା ବାଛିପାରିବେ ଯେ କେଉଁମାନେ ତାଙ୍କର ଲାଷ୍ଟ୍ ସିନ୍ ଦେଖିପାରିବେ । ଏହାର ଅର୍ଥ ୟୁଜର୍ସ କିଛି ଲୋକଙ୍କଠାରୁ ନିଜର ଲାଷ୍ଟ ସିନ ଲୁଚାଇପାରିବେ ।

ଏହି ଫିଚର ବର୍ତ୍ତମାନ ବିଟା ଭର୍ଜନ ପାଇଁ ରହିଛି । ଲାଷ୍ଟ ସିନ ଦ୍ୱାରା ଏହା ଜଣାଯାଏ ଯେ ଆମେ ଯାହାକୁ ମେସେଜ ପଠାଉଛୁ କିମ୍ବା ପଠାଇବାକୁ ଚାହୁଛୁ ସେ ଶେଷ ଥର କେତେବଳେ ଅନଲାଇନ ରହିଥିଲେ, ଏବଂ କେହିବି ଚାହିଁନଥାନ୍ତି ଯେ କେହି ଅନଲାଇନ ରହିବି ଆପଣଙ୍କ ମେସେଜ ନ ଦେଖୁ । ବର୍ତ୍ତମାନ ଏହାର ବିଟା ଟେଷ୍ଟିଂ ଜାରି ରହିଛି ।

ଏବେ ଲାଷ୍ଟ ସିନ ଅପ୍ସନରେ କେବଳ ତିନୋଟି ଅପ୍ସନ ରହିଛି , Everyone, My Contacts ଏବଂ Nobody । ନୂଆ ଅପଡେଟ ପରେ ୟୁଜର୍ସଙ୍କୁ My Contacts Except ଅପ୍ସନ ମିଳିବ । ହ୍ୱାଟ୍ସଆପର ଏହି ନୂଆ ଅପଡେଟ ଦ୍ୱାରା ଆପଣ ବାଛିଥିବା କଣ୍ଟାକ୍ଟ ଠାରୁ ଲାଷ୍ଟ ସିନ ଲୁଚାଇବାର ଅନୁମତି ଦେବ ।

Get real time updates directly on you device, subscribe now.