fbpx

ହ୍ୱାଟ୍ସଆପ୍ ବ୍ୟବହାରୀକାରୀ ସାବଧାନ୍! ଏଣିକି ୭ଦିନରେ ଆପେ ଆପେ ଡିଲେଟ୍ ହୋଇଯିବ ମେସେଜ୍

ନୂଆଦିଲ୍ଲୀ,୭ ।୧୧: ଆଜିକାଲିର ଯୁବପିଢୀମାନେ ହ୍ୱାଟ୍ସଆପ ଆପର ବହୁଳ ବ୍ୟବହାର କରୁଛନ୍ତି । ଏହାରି ମଧ୍ୟରେ ହ୍ୱାଟ୍ସଆପ ନିଜର ନୂଆ ଫିଚର ସାମ୍ନାକୁ ଆଣିଛି, ଯେଉଁଥିରେ ୭ ଦିନ ପର ମେସେଜ୍ ଆପେ ଆପେ ଡିଲେଟ୍ ବା ଅଦୃଶ୍ୟ ହୋଇଯିବ ।

ଏହି ସୁବିଧା ଆଣ୍ଡ୍ରଏଡ୍, ଆଇଫୋନ୍, ହ୍ୱାଟସ୍ଆପ୍ ଡେସ୍କଟପ୍ ଓ ହ୍ୱାଟସ୍ଆପା ୱେବ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ । ଡିସାପିୟରିଂ ମେସେଞ୍ଜରର୍ସରେ ବ୍ୟବହାରକାରୀ କୌଣସି ମେସେଜ କାହାକୁ ପଠାଇଲେ ତାହା ୭ ଦିନ ମଧ୍ୟରେ ସ୍ୱୟଂକ୍ରିୟ ଭାବେ ଅଦୃଶ୍ୟ ହୋଇଯିବ । ଏହାସହ ହ୍ୱଟସ୍ଆପ୍ ର ଷ୍ଟାଟସ ୨୪ ଘଣ୍ଟା ମଧ୍ୟରେ ଅଦୃଶ୍ୟ ହୋଇଯିବ । ବ୍ୟବହାରକାରୀ ମାନଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବାକୁ ହ୍ୱାଟସ୍ଆପ୍ ଏଭଳି ନିଷ୍ପତ୍ତି ନେଇଛି । ଏନେଇ ସୂଚନା ଦେଇଛନ୍ତି ଆପ୍ ନିର୍ମାତା କମ୍ପାନୀ ।

ଯଦି ବାର୍ତ୍ତା ଗ୍ରହଣ କରୁଥିବା ବ୍ୟକ୍ତି ଚାହାନ୍ତି, ତେବେ ୭ ଦିନ ପୂର୍ବରୁ ମେସେଜର ସ୍କ୍ରିନସଟ୍ ନେଇ କିମ୍ବା ଏହାକୁ କପି କରି ସେଭ୍ ମଧ୍ୟ କରିପାରିବେ । ଚଳିତ ମାସ ଏହି ସୁବିଧା ଗ୍ରାହକ ମାନଙ୍କୁ ଉପଲବ୍ଧ ହେବ ବୋଲି ହ୍ୱାଟ୍ସଆପ୍ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.