fbpx

କମାଲର ଫିଚର ନେଇ ଆସିଲା Whatsapp, ତାରିଖ ଦ୍ୱାରା ସର୍ଚ୍ଚ କରିପାରିବେ ପୁରୁଣା ମେସେଜ

ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ଯୁଗ । ଘରେ ବସି ଅନେକ କାର୍ଯ୍ୟ ସହଜରେ ହୋଇଯାଉଛି । ଏଥିମଧ୍ୟରେ ‘ହ୍ୱାଟ୍ସଆପ୍‌’ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ବିଶ୍ୱରେ ପ୍ରାୟ ୨୦୦ କୋଟିରୁ ଉର୍ଦ୍ଧ୍ୱ ଲୋକମାନେ ବର୍ତ୍ତମାନର ସବୁଠାରୁ ବଡ଼ ମେସେଜିଂ ପ୍ଲାଟଫର୍ମ ‘ହ୍ୱାଟ୍ସଆପ୍‌’ବ୍ୟବହାର କରୁଛନ୍ତି । ଏହା ଚାଟିଂ, ଭଏସ୍ କଲିଂ, ଭିଡ଼ିଓ କଲିଂ, ଗ୍ରୁପ୍ କଲିଂ ଏବଂ ଚାଟିଂ ଇତ୍ୟାଦି ସୁବିଧା ପ୍ରଦାନ କରିଥାଏ । ବର୍ତ୍ତମାନ ‘ହ୍ୱାଟ୍ସଆପ୍‌’ରେ ଏକ ନୂଆ ଫିଚର ମାଧ୍ୟମରେ ପୁରୁଣା ମେସେଜ ଖୋଜିପାରିବ ।

Meta ମାଲିକାନାରେ ଥିବା ‘ହ୍ୱାଟ୍ସଆପ୍‌’ ଏହାର ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ ନୂଆ ନୂଆ ଫିଚର ଏବଂ ଅପଡେଟ୍ ଜାରି କରିଥାଏ । ବର୍ତ୍ତମାନ ହ୍ୱାଟ୍ସଆପ ଏହାର ଉପଭୋକ୍ତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଫିଚର ଆଣିଛି । ଏଣିକି ଜଣେ ହ୍ୱାଟ୍ସଆପରେ ପୁରୁଣା ମେସେଜ ଖୋଜି ପାରିବ । ‘ସର୍ଚ୍ଚ ବାୟ ଡେଟ୍‌’ ଫିଚର ମଧ୍ୟମରେ ଜଣେ ଉପଭୋକ୍ତା ପୁରୁଣା ମେସେଜ ଅଖି ପିଛୁଳାକେ ଖୋଜି ପାରିବ । ଆପଣ ଯେଉଁ ତାରିଖର ମେସେଜ ଦେଖିବାକୁ ଚାହୁଁଛନ୍ତି ତା’କୁ ଟାଇପ୍ କରିବାକୁ ପଡ଼ିବ । ତାରିଖ ମନେ ନ ରହିଲେ ସମ୍ଭାବ୍ୟ ନିକଟ ତାରିଖ ଲେଖିଲେ ମଧ୍ୟ ଆପଣ ଖୋଜୁଥିବା ମେସେଜର ସନ୍ଧାନ ପାଇପାରିବେ । ଆପଣ ଏହି ଫିଚର ମାଧ୍ୟମରେ ମେସେଜ ସର୍ଚ୍ଚ କରିବାକୁ ଚାହୁଁଥିଲେ ପ୍ରଥମେ ଚାଟ୍ ବକ୍ସକୁ ଯାନ୍ତୁ । ନିଦ୍ଦିଷ୍ଟ ବ୍ୟକ୍ତିଙ୍କ ଚାଟ୍ ବକ୍ସକୁ ଯାଇ ସର୍ଚ୍ଚ ବାରରେ କ୍ଲିକ୍ କରନ୍ତୁ । ସର୍ଚ୍ଚ ଆଇକନରେ କ୍ୟାଲେଣ୍ଡର ଅପସନ୍ ମିଳିଯିବ । ଏହା ପରେ ତାରିଖ ଚୟନ କରି ମେସେଜ ପାଇପାରିବେ ।
କହିରଖୁଛୁ ଗତ ବର୍ଷ ନଭେମ୍ବରରେ ହ୍ୱାଟ୍ସଆପ୍ ଏହି ଫିଚରର ଟେଷ୍ଟିଂ ଆରମ୍ଭ କରିଥିଲା । ଏହି ଫିଚରକୁ ପ୍ରଥମ ଥର ପାଇଁ ବିଟା ଭର୍ଜନ 2.2348.50ରେ ଦେଖିବାକୁି ମିଳିଥିଲା ।

 

Get real time updates directly on you device, subscribe now.