fbpx
BJD SKY
BJD SKY

ହ୍ୱାଟ୍ସଆପ ଆଣିଲା ଜବରଦସ୍ତ ଫିଚର: ଏବେ ସବୁ କାମ ହୋଇଯିବ ସହଜ!

BJD

ନୂଆଦିଲ୍ଲୀ: ୟୁଜରମାନଙ୍କୁ ବିଭିନ୍ନ ନୂଆ ଅଭିଜ୍ଞତା ଦେବା ପାଇଁ ହ୍ୱାଟ୍ସଆପ ଅନେକ ଫିଚର ଆଣୁଛି । ତେବେ ବର୍ତ୍ତମାନ ହ୍ୱାଟ୍ସଆପ୍ ଆଉ ଏକ ନୂଆ ଫିଚର ଆଣିବାକୁ ଯାଉଛି । ଏହି ଫିଚର ହ୍ୱାଟ୍ସଆପ୍ ଚାଟିଙ୍ଗ ଷ୍ଟାଇଲକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇ ପାରିବ । ଏଥିପାଇଁ ହ୍ୱାଟ୍ସଆପ୍ ଆଣ୍ଡ୍ରଏଡ ବୀଟା ପାଇଁ ଏକ ନୂଆ ଫିଚରକୁ ନେଇ କାମ କରୁଛି, ଏହା ୟୁଜର୍ସଙ୍କୁ ଫିଲ୍ଟରର ବ୍ୟବହାର କରି ନୂଆ ଚାନେଲ ଖୋଜିବାକୁ ଅନୁମତି ଦେବ ।

ରିପୋର୍ଟ ଅନୁସାରେ, ନୂଆ ସୁବିଧା ପାଇଁ ପ୍ଲାଟଫର୍ମ ଏକ ନୂଆ ସେକ୍ସନ ଯୋଡିବାକୁ ଯାଉଛି । ଏହା ୟୁଜର୍ସମାନଙ୍କୁ ବିଶେଷ ଚାନେଲ ଖେଜିବା ପାଇଁ ସୁବିଧା ଦେବ । ୟୁଜର ଏହି ନୂଆ ଅପଡେଟରେ ଚାନେଲର ନାମ ସର୍ଚ୍ଚ କରି ଚାନେଲ ଖୋଜିପାରିବେ । ଏହି ଅପଡେଟରେ ଉପଭୋକ୍ତାମାନେ ୩ଟି ଫିଲ୍ଟର ଆଧାରରେ ଚାନେଲ ଖୋଜିପାରିବେ । ଏଥିମଧ୍ୟରେ ସମ୍ପ୍ରତି ଯୋଡା ଯାଇଥିବା ଫିଚର, ଲୋକପ୍ରିୟତା ଏବଂ ଆଲଫାବେଟିକାଲ ଇତ୍ୟାଦି ସାମିଲ ରହିଛି । ରିପୋର୍ଟରୁ ଅନୁଯାୟୀ, ନୂଆ ଚାନେଲ ଖୋଜିବାର ସୁବିଧା ଉପରେ କାମ ଜାରି ରହିଛି । ତେବେ ଏହା ନିକଟ ଭବିଷ୍ୟତରେ ଅପଡେଟରେ ବୀଟା ଟେଷ୍ଟର୍ସଙ୍କ ପାଇଁ ଉପଲବ୍ଧ ହେବା ନେଇ ଅନୁମାନ କରାଯାଉଛି । ଆଣ୍ଡ୍ରଏଡ ପାଇଁ ଏକ ବ୍ରଡକାଷ୍ଟ ଚାନେଲ କନଭର୍ସେସନରେ କାମ କରୁଛି ହ୍ୱାଟ୍ସଆପ । ଏଥିରେ ୧୨ଟି ନୂଆ ଫିଚର ସାମିଲ ହେବା ନେଇ ସୂଚନା ମିଳିଛି ।

Get real time updates directly on you device, subscribe now.