WhatsAppରେ ଆସିବାକୁ ଯାଉଛି ଦମଦାର ଫିଚର, ଫେକ ଫଟୋରୁ ବର୍ତ୍ତିଇବା ପାଇଁ କରିବ ସାହାଯ୍ୟ

ନୂଆଦିଲ୍ଲୀ: ହ୍ବାଟ୍ସଆପ କ୍ରମାଗତ ଭାବରେ ଏହାର ମୋବାଇଲ୍ ବ୍ୟବହାରକାରୀ ତଥା ୱେବ୍ ବ୍ୟବହାରକାରୀଙ୍କ ପାଇଁ ନୂଆନୂଆ ଫିଚର ରୋଲଆଉଟ କରିଥାଏ । ବର୍ତ୍ତମାନ ୟୁଜର୍ସଙ୍କୁ ରିଭର୍ସ ଇମେଜ ସର୍ଚ୍ଚ ଅପ୍ସନ ମିଳିବାକୁ ଯାଉଛି । ଏହି ଫିଚର ଦ୍ବାରା ଉପଭୋକ୍ତାମାନେ ଗୁଗୁଲ ଦ୍ୱାରା ପ୍ରାପ୍ତ ଯେକୌଣସି ଫଟୋ ତୁରନ୍ତ ଯାଞ୍ଚ କରିବାରେ ସକ୍ଷମ ହେବେ । ଯେଉଁମାନେ ଫେକ୍ ଫଟୋକୁ ନେଇ ଚିନ୍ତିତ ରହିଛନ୍ତି ସେମାନଙ୍କ ପାଇଁ ଏହା ବେଶ୍ ଉପଯୋଗୀ ହେବ ବୋଲି କୁହାଯାଇଛି । ବର୍ତ୍ତମାନ ଏହା ଟେଷ୍ଟିଂ ଷ୍ଟେଜରେ ରହିଥିବା ବେଳେ ଖୁବଶୀଘ୍ର ରୋଲଆଉଟ ହେବା ନେଇ କୁହାଯାଇଛି ।

ଆଜିକାଲି ଇଣ୍ଟରନେଟରେ ଅନେକ ମିଥ୍ୟା ଏବଂ ବିଭ୍ରାନ୍ତିକାରି ମେସେଜ ଆସୁଛି । ଅନେକ ଥର ନକଲି ଫଟୋଗ୍ରାଫ୍ ସହିତ ଏପରି ଦାବି କରାଯାଇଥାଏ, ଯାହା ସମାଜରେ ଅଶାନ୍ତି ବ୍ୟାପିପାରେ ଏବଂ ହିଂସା ହେବାର ଆଶଙ୍କା ମଧ୍ୟ ରହିଥାଏ ।  ଏହା ବ୍ୟତୀତ, AI ର ଆଗମନ ପରେ ଏପରି ଫଟୋଚିତ୍ର ତିଆରି କରାଯାଉଛି ଯାହାକି ସତ ବୋଲି ଭାବିବା ପାଇଁ ବାଧ୍ୟ କରାଯାଉଛି । ଭୁଲ ଉଦ୍ଦେଶ୍ୟ ସହିତ ସେଗୁଡିକ ସୋସିଆଲ ମିଡିଆରେ ପ୍ରସାରିତ ହୋଇଥାଏ । ତେବେ ହ୍ବାଟ୍ସଆପରେ ଆସିବାକୁ ଥିବା ଫିଚର ଦ୍ବାରା ଫଟୋର ପ୍ରକୃତ ସତ୍ୟାସତ୍ୟ ଜଣାପଡିବ । ଉପଭୋକ୍ତାମାନେ ନିଜକୁ ମିଥ୍ୟା ଖବରରୁ ରକ୍ଷା କରିବାରେ ସକ୍ଷମ ହେବେ ଏବଂ ଇଣ୍ଟରନେଟକୁ ଏକ ଉନ୍ନତ ତଥା ବିଶ୍ୱାସଯୋଗ୍ୟ ସ୍ଥାନ କରିବାରେ ସାହାଯ୍ୟ କରିବେ ।