WhatsApp ପ୍ରୋଫାଇଲ ଫଟୋ ପାଇଁ ଆସିଲା ନୂଆ ଫିଚର, ଜାଣନ୍ତୁ ଡିଟେଲ୍ସ

ହ୍ୱାଟ୍ସଆପରେ ଆସିଲା ନୂଆ ଫିଚର

ନୂଆଦିଲ୍ଲୀ: ସାରା ଦୁନିଆରେ ୩.୫ ବିଲିୟନରୁ ଅଧିକ ଲୋକେ ହ୍ୱାଟ୍ସଆପର ବ୍ୟବହାର କରୁଛନ୍ତି। ହ୍ୱାଟ୍ସଆପ ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକ ଆଡଭାନ୍ସ ହୋଇଯାଇଛି।

କମ୍ପାନୀ ୟୁଜର୍ସଙ୍କ ପାଇଁ ମଝିରେ ମଝିରେ ନୂଆ ଫିଚର ଆଣୁଛି। ବର୍ତ୍ତମାନ କମ୍ପାନୀ ହ୍ୱାଟ୍ସଆପରେ ଏକ ନୂଆ ଫିଚର ଦେବାକୁ ଯାଉଛି।

ମାର୍ଚ୍ଚ ମାସରେ ଏହା ସାମ୍ନାକୁ ଆସିଥିଲା ଯେ, ହ୍ୱାଟ୍ସଆପ ଏକ ଏଭଳି ଫିଚର ଆଣୁଛି, ଯେଉଁଥିରେ ୟୁଜର୍ସ ଏଆଇ ମାଧ୍ୟନରେ ୟୁନିକ ଫଟୋ ତିଆରି କରିପାରିବେ।

ଯଦି ଆପଣ ହ୍ୱାଟ୍ସଆପ ପ୍ରୋଫାଇଲରେ ପ୍ରତିଦିନ ନୂଆ ନୂଆ ଫଟୋ ଲଗାଉଛନ୍ତି ତେବେ ଏହି ଫିଚରକୁ ନେଇ ହ୍ୱାଟ୍ସଆପ୍ ଏକ ବଡ଼ ଅପଡେଟ ଦେଇଛି।

ହ୍ୱାଟ୍ସଆପ ପକ୍ଷରୁ ଏହି ଫିଚରକୁ ଅଣ୍ଡ୍ରଏଡ ୟୁଜର୍ସଙ୍‌କ ପାଇଁ ପୂର୍ବରୁ ଲଞ୍ଚ କରାଯାଇଥିଲା। ହେଲେ ବର୍ତ୍ତମାନ iPhone ୟୁଜର୍ସଙ୍କ ପାଇଁ ମଧ୍ୟ ରୋଲଆଉଟ କରାଯାଇଛି।

ଏହି ଫିଚରକୁ ବର୍ତ୍ତମାନ iOSରେ ବୀଟା ୟୁଜର୍ସଙ୍କ ପାଇଁ ରୋଲଆଉଟ କରାଯାଇଛି। କମ୍ପାନୀ ଟେଷ୍ଟିଙ୍ଗ ପରେ ଏହାକୁ ନର୍ମାଲ ୟୁଜର୍ସଙ୍କ ପାଇଁ ରିଲିଜ କରିବ।