ନୂଆଦିଲ୍ଲୀ: ହ୍ୱାଟ୍ସଆପରେ ଆଉ ଏକ ନୂଆ ଫିଚର ଲଞ୍ଚ କରାଯିବ । ହ୍ୱାଟ୍ସଆପ ଗ୍ରୁପ ଏବଂ କମ୍ୟୁନିଟିଜ ପାଇଁ ମେଟା ଇଭେଣ୍ଟ ଫିଚରକୁ ଆଡ୍ କରାଯାଉଛି । ଏହି ଫିଚର୍ସ ସେହି ଲୋକଙ୍କୁ ସାହାଯ୍ୟ କରିବ, ଯିଏ ୱିକେଣ୍ଡରେ କିଛି ସ୍ପେଶାଲ ପ୍ରୋଗ୍ରାମ ପ୍ଲାନ କରୁଛନ୍ତି । ଅନେକ ଥର ଆପଣଙ୍କ ଗ୍ରୁପରେ ଏଭଳି କିଏ କିଏ ଥିବେ ଯେଉଁମାନେ ଶେଷ ମୁହୂର୍ତ୍ତରେ ଟ୍ରିପ କ୍ୟାନସେଲ କରିଦିଅନ୍ତି । ତେବେ ଏହି ସାଙ୍ଗମାନଙ୍କ ପାଇଁ ଏକ ନୂଆ ଫିଚର ଆସିଛି । ଟ୍ରିପ ଡେଟ ଭୁଲିଯାଉଥିବା ଲୋକଙ୍କ ପାଇଁ ହ୍ୱାଟ୍ସଆପ ଏକ ଖାସ ଫିଚର ପ୍ରସ୍ତୁତ କରିଛି ।
ହ୍ୱାଟ୍ସଆପର ନୂଆ ଇଭେଣ୍ଟ ଫିଚରରେ ଆପଣ ଏକ ଏପରି ପ୍ଲାନ ବନାଇପାରିବେ ଯାହା ଆପଣଙ୍କୁ କେଉଁ ଦିନ କେଉଁଠିକୁ ଯିବାକୁ ପଡିବ ତାହାକୁ ସେ ମନେପକାଇବ । ଏହା ଜିମେଲ ଫିଚର ପରି ଅଟେ, ଯେଉଁଠାରେ ଆପଣ କୌଣସି ଇଭେଣ୍ଟ ପ୍ଲାନରେ ସାମିଲ ହେବା ପାଇଁ ହଁ କିମ୍ବା ନା ଉତ୍ତର ଦେବେ । ଯେଉଁ ସାଙ୍ଗ ଟ୍ରିପ ପାଇଁ ୟେସ କରୁଛନ୍ତି ସେମାନଙ୍କୁ ରିମାଇଣ୍ଡର ପଠାଯିବ । ଯେଉଁଥିରେ ସେ ଟ୍ରିପର ଟାଇମିଙ୍ଗ ବା ଡେଟ ଭୁଲି ନ ଯାଆନ୍ତୁ । ଏଥିସହ ପ୍ଲାନରେ କେତେ ଲୋକ ସାମିଲ ହେବେ ତାର ଏକ ଫିଚର ଜିମେଲରେ ପଠାଯିବ । ଏଥିରେ ଜିମେଲର ଟେନସନ ବୃଦ୍ଧି ପାଇଛି ।
ଏହି ଫିଚରକୁ ହ୍ୱାଟ୍ସଆପ କମ୍ୟୁନିଟିଜ ପାଇଁ ରୋଲ ଆଉଟ କରାଯାଇଛି । ଆଗାମୀ ଦିନରେ ଏହାକୁ ହ୍ୱାଟ୍ସଆପ ଗ୍ରୁପ ପାଇଁ ରୋଲ ଆଉଟ କରାଯିବ । ଖାସ କଥା ହେଉଛି, ଗ୍ରୁପରେ ବର୍ତ୍ତମାନ କୌଣସି ମଧ୍ୟ ଇଭେଣ୍ଟ କ୍ରିଏଟ କରିପାରିବେ । ଏଥିସହ ବାକି ମେମ୍ବର୍ସ ଏହାର ରିପ୍ଲାଏ ମଧ୍ୟ ଦେଇପାରିବେ । ଏଥିରେ ସମସ୍ତଙ୍କୁ ଜଣାପଡିବ ଯେ, କିଏ କିଏ ଟ୍ରିପରେ ଆସୁଛନ୍ତି କି ନାହିଁ ।