fbpx

ଏଣିକି ହ୍ୱାଟ୍ସଆପର ଲିଙ୍କଡ ଡିଭାଇସରେ ବି ଲକ କରିପାରିବେ ଚାଟ, ଜାଣନ୍ତୁ କିପରି କରିବ କାମ?

ନୂଆଦିଲ୍ଲୀ: ସୋସିଆଲ ନେଟୱର୍କିଂ ପ୍ଲାଟଫର୍ମ ହ୍ୱାଟ୍ସଆପ ଆଉ ଏକ ଫିଚର ଆଣିଛି, ଯାହା ସାହାଯ୍ୟରେ ଆପଣଙ୍କ ପ୍ରାଇଭେସିକୁ ଆହୁରି ବଢାଯାଇପାରିବ । ଏବେ ଆପଣ ଲିଙ୍କଡ ଡିଭାଇସରେ ବି ନିଜ ଚାଟକୁ ଲକ କରିପାରିବେ । ଏହି ଫିଚକୁ କେବଳ କିଛି ଲୋକଙ୍କ ପାଇଁ ଜାରି କରାଯାଇଛି ।

ହ୍ୱାଟ୍ସଆପ କିଛି ସମୟ ପୂର୍ବରୁ ନିଜ ୟୁଜର୍ସଙ୍କ ପ୍ରାଇଭେସୀକୁ ବଢାଇବା ପାଇଁ ଚାଟ ଲକ କରିବାର ଅପସନ ଦେଇଥିଲା । ବର୍ତ୍ତମାନ ମେଟାର ପାର୍ଟ ହେବା ପରେ ହ୍ୱାଟ୍ସଆପକୁ ଆହୁରି ଉତ୍ତମ କରିବା ଲାଗି ପ୍ରୟାସ ଜାରି ରହିଛି । ଏବେ ଏହି ଆପ ଏକ ନୂଆ ଫିଚର ରୋଲ ଆଉଟ କରୁଛି, ଯାହାର ସାହାଯ୍ୟରେ ଆପଣ ଲିଙ୍କ କରାଯାଇଥିବା ଡିଭାଇସରେ ବି ଚାଟ ଲକ କରିପାରିବେ, ଏହି ସୁବିଧା କେବଳ କିଛି ୟୁଜର୍ସଙ୍କୁ ଦିଆଯାଇଛି । ହେଲେ ଭବିଷ୍ୟତରେ ଏହି ଫିଚର ସମସ୍ତଙ୍କ ପାଇଁ ଉପଲବ୍ଧ କରାଯିବ ।

ରିପୋର୍ଟରେ ଏକ ସ୍କ୍ରିନସର୍ଟ ଦିଆଯାଇଛି । ଯେଉଁଥିରେ ଏହି ଫିଚର ଦେଖାଯାଉଛି । ଏଥିରେ ୟୁଜର୍ସ ଲିଙ୍କଡ ଡିଭାଇସ ଫିଚର ଦେଖାଯାଉଛି । ଏଥିରେ ୟୁଜର୍ସ ଲିଙ୍କଡ ଡିଭାଇସରେ ବି ନିଜ ଚାଟ ପ୍ରୋଟେକ୍ଟ କରିପାରିବେ । ଚାଟ ଲକ କରିବା ଲାଗି ଆପଣଙ୍କୁ ଆପଣଙ୍କ ଫୋନରେ ଏକ କୋଡ ସେଟଅପ କରିବାକୁ ପଡିବ, ଯେଉଁଥିରେ ଆପଣଙ୍କ ଚାଟ ଲକ ହୋଇଯିବ ଏବଂ କେବଳ କୋଡକୁ ଦେବା ପରେ ହିଁ ଓପନ ହେବ । କିଛି ସମୟର ଟେଷ୍ଟିଙ୍ଗ ପରେ ଆମେ ଏହି ଫିଚର ସମସ୍ତ ୟୁଜର୍ସଙ୍କ ପାଇଁ ଦେଖିବାକୁ ମିଳିବ ।

Get real time updates directly on you device, subscribe now.