WhatsApp ଅଣିଲା View Onceରେ ନୂଆ ଫିଚର, ଜାଣନ୍ତୁ କ’ଣ ହୋଇଛି ପରିବର୍ତ୍ତନ

View Onceରେ ହ୍ୱାଟ୍ସଆପ ଅଣିଲା ନୂଆ ପିଚର, ଜାଣନ୍ତୁ କିପରି କରିବ କାମ

ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଂ ଆପ୍ଲିକେସନ ହ୍ୱାଟ୍ସଆପ ଏକ ପପୁଲାର ମେସେଜିଂ ଆପ ଅଟେ। ସାରା ଦୁନିଆରେ ୩.୫ ବିଲିୟନରୁ ଅଧିକ ଲୋକେ ନିଜ ଫୋନରେ ଏହାର ବ୍ୟବହାର କରୁଛନ୍ତି।

ଇଜି ଇଣ୍ଟରଫେସ ଏବଂ ଜବରଦସ୍ତ ପ୍ରାଇଭେସୀ, ସେଫ୍ଟି ଫିଚର୍ସ କାରଣରୁ ଏହା ଚାଟିଂ, ଭିଡିଓ କଲିଂ ବା ଭଏସ କଲିଂ ପାଇଁ ଏକ ପ୍ରିୟ ଆପ୍ ସାଜିଛି।

ହ୍ୱାଟ୍ସଆପରେ ପ୍ରାଇଭେସୀକୁ ଧ୍ୟାନରେ ରଖାଯାଇ କମ୍ପାନୀ ପ୍ଲାଟଫର୍ମରେ ଭ୍ୟୁ ୱାନସ୍ ଫିଚର ପ୍ରଦାନ କରିଛି। ବର୍ତ୍ତମାନ ଏଥିରେ ଏକ ନୂଆ ଫିଚର ଯୋଡା ଯାଇଛି।

Wabetainfo ସେୟାର କରିଛି ଏହି ଡାଟା: WhatsAppର ଅପକମିଙ୍ଗ ଫିଚର୍ସ ଏବଂ ଅପଡେଟ୍ସ ଉପରେ ନଜର ରଖୁଥିବା ୱେବସାଇଟ Wabetainfo ପକ୍ଷରୁ କହିଛି ଯେ, ବର୍ତ୍ତମାନ ୟୁଜର୍ସ View Once Media ଫାଇଲ୍ସକୁ ଲିଙ୍କଡ ଡିଭାଇସରେ ମଧ୍ୟ ଆକ୍ସେସ କରିପାରିବେ।

ହ୍ୱାଟ୍ସଆପ ଏହି ଫିଚରକୁ ବର୍ତ୍ତମାନ ବୀଟା ୟୁଜର୍ସଙ୍କ ପାଇଁ ରୋଲଆଉଟ କରିଛି। ଟେଷ୍ଟିଙ୍ଗ ପୂରା ହେବା ପରେ ଏହାକୁ ସମସ୍ତ ନର୍ମାଲ ୟୁଜର୍ସଙ୍କ ପାଇଁ ରୋଲଆଉଟ କରାଯିବ।

ହ୍ୱାଟ୍ସଆପ ନିଜର ଏହି ଲାଟେଷ୍ଟ ଫିଚରକୁ View Once Media on Linked Devicesର ନାମ ଦେଇଛି। ଏହାର ଏକ ବଡ଼ ଫାଇଦା ଏହାକୁ ୟୁଜର୍ସ ଲିଙ୍କଡ ଡିଭାଇସ ଜରିଆରେ କନେକ୍ଟେଡ ଡିଭାଇସରେ View Once Mediaକୁ ଦେଖିପାରିବେ।

ଏହା ପୂର୍ବରୁ ଏପରି ଫାଇଲ୍ସ କେବଳ ପ୍ରାଇମେରୀ ଡିଭାଇସରେ ହିଁ ଆକ୍ସେସ ହୋଇପାରୁଥିଲା।