fbpx

ହ୍ୱାଟ୍ସଆପର ଜବରଦସ୍ତ ଫିଚର୍ସ: ଆପଣ Signal ଏବଂ Telegramରେ ମଧ୍ୟ ପଠାଇପାରିବେ ମେସେଜ୍

ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ ହ୍ୱାଟସ୍ ଆପ୍ ଅନେକ ନୂଆ ଫିଚର୍ସ ଆଣିଛି । ହ୍ୱାଟ୍ସଆପର ୱେବ୍ ଭର୍ସନ୍ ପାଇଁ ଏକ ଚାଟ୍ ଲକ୍ ଉପରେ କାମ ହେଉ କିମ୍ବା ଉପଭୋକ୍ତାଙ୍କୁ ଅନ୍ୟ ବ୍ୟକ୍ତିଗତ ଫଟୋଗୁଡ଼ିକର ସ୍କ୍ରିନସଟ୍ ନେବାରୁ ରୋକିବା ହେଉ, ମେସେଜିଂ ପ୍ଲାଟଫର୍ମ ଉପଭୋକ୍ତା ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେଉଛି ।

ବର୍ତ୍ତମାନ ହ୍ୱାଟ୍ସଆପର ନୂଆ ଫିଚର୍ସକୁ ଟ୍ରାକ୍ କରୁଥିବା ୱେବସାଇଟ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ହ୍ୱାଟ୍ସ ଆପ୍ ଖୁବ୍ ଶୀଘ୍ର ଅନ୍ୟ ପ୍ଲାଟଫର୍ମରେ ମେସେଜ୍ ପଠାଇବା ପାଇଁ ଉପଭୋକ୍ତାଙ୍କୁ ବିକଳ୍ପ ଦେବ । ଉଦାହରଣ ସ୍ୱରୂପ, ଆପଣ ହ୍ୱାଟ୍ସଆପ୍ ବ୍ୟବହାର କରି ଟେଲିଗ୍ରାମ ଏବଂ ସିଗନାଲ୍ ଭଳି ଆପରେ ମଧ୍ୟ ମେସେଜ୍ ପଠାଇ ପାରିବେ । କିନ୍ତୁ ମନେରଖନ୍ତୁ ଯେ କମ୍ପାନୀ ଏପର୍ଯ୍ୟନ୍ତ ଆପ୍ସର ନାମ ଅଫିସିଆଲ୍ କରିନାହିଁ ଯାହା ଏହି ଫିଚର୍ସକୁ ସପୋର୍ଟ କାରିବ । ତେଣୁ ହ୍ୱାଟ୍ସଆପର ଅଫିସିଆଲ୍ ଘୋଷଣାକୁ ଅପେକ୍ଷା କରିବା ଉଚିତ୍ ।

ଡଇଈରଗ୍ଧବଓଦ୍ଭଲକ୍ଟ ରିପୋର୍ଟ କରିଛି ଯେ ହ୍ୱାଟ୍ସଆପ୍ ଏକ ନୂଆ ଅପଡେଟ ଆଣିବ, ଯାହାକି ସଂସ୍କରଣ ୨.୨୪.୬.୨ ଭାବରେ ଚିହ୍ନିତ ହେବ । ଥାର୍ଡ-ପାର୍ଟି ଚାଟ୍ ପରିଚାଳନା ପାଇଁ ଡିଜାଇନ୍ ହୋଇଥିବା ଏକ ଅପକମିଂ ଫିଚର୍ସ ଅପଡେଟ୍ ଏହାର ହିଣ୍ଟ୍ ଦେଉଛୁ ।

Get real time updates directly on you device, subscribe now.