fbpx

ଚିନ୍ତାର ବିଷୟ: ହ୍ରାସ ପାଇଲା ଗହମ-ଚାଉଳର ଷ୍ଟକ୍,୫ ବର୍ଷରେ ସର୍ବନିମ୍ନସ୍ତରେ ପହଞ୍ଚିଲା  

ନୂଆଦିଲ୍ଲୀ: ଦେଶରେ ସରକାରୀ ଗୋଦାମଗୁଡିକରେ ମହଜୁଦ ଶସ୍ୟର ପରିମାଣ ଗତ ପାଞ୍ଚ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିଛି। ଦେଶରେ ୮୦ କୋଟି ଲୋକଙ୍କୁ ସବସିଡିରେ ଖାଦ୍ୟ ଯୋଗାଉଥିବା ସରକାରୀ କଳ ଉପରେ ଆଗାମୀ ଦିନରେ ବହୁତ ଚାପ ପଡିବାକୁ ଯାଉଛି। କୃଷକମାନେ ଏ ପର୍ଯ୍ୟନ୍ତ ଗହମ ବୁଣା କାମ କରି ପାରି ନାହାନ୍ତି। ଅନ୍ୟପକ୍ଷେ ଅତ୍ୟାବଶ୍ୟକ ସାମଗ୍ରୀ, ପନିପରିବା ସମେତ ଅନ୍ୟ ସାମଗ୍ରୀର ଦର ଆକାଶଛୁଆଁ ରହିଛି। ଏଫସିଆଇର ତଥ୍ୟ ଅନୁଯାୟୀ, ଚଳିତ ଫସଲ ଋତୁରେ ଅତ୍ୟଧିକ ବର୍ଷା କାରଣରୁ ବୁଣା ଯାଇଥିବା ଗହମ ଏବଂ ଚାଉଳ ନଷ୍ଟ ହୋଇ ଯାଇଛି। ଯାହାର ମୂଲ୍ୟ ୨୨ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚି ସାରିଛି।

ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ) ଗୁରୁବାର ଜାରି ତଥ୍ୟ ଅନୁସାରେ, ଅକ୍ଟୋବର ୧ ସୁଦ୍ଧା ଶସ୍ୟର ମୋଟ୍ ମହଜୁଦ ପରିମାଣ ୫୧.୧୪ ମିଲିୟନ ଟନ୍ ରହିଛି। କିନ୍ତୁ ଗତ ବର୍ଷ ଏହା ୮୦୦ ଟନରୁ ଅଧିକ ଥିଲା। ଏଥିରୁ ଗହମର ପରିମାଣ ଥିଲା ୨୨୭.୫ ଲକ୍ଷ ଟନ। ଅନ୍ୟପଟେ ଚାଉଳ ଭଣ୍ଡାରଣରେ ବୃଦ୍ଧି ଘଟିଛି। ୨୦୫.୨ ଲକ୍ଷ ଟନ ସହିତ ୬୬ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି। ଏହି ପରି ଚାଉଳର ଷ୍ଟକ ପାଖାପାଖି ୨.୮ ଗୁଣା ଅଧିକ ରହିଛି। ଏଏଫସିଆଇ ମତରେ ଗତ ଚାରି ବର୍ଷ ତୁଳନାରେ ସରକାରୀ ଗୋଦାମରେ ଏଥିରୁ ଅଧିକ ଶସ୍ୟ ଉପଲବ୍ଧ ଥିଲା।

୧୪ ବର୍ଷର ସର୍ବନିମ୍ନସ୍ତରରେ ଗହମ:ଚାଉଳ ଯେତିକି ମହଜୁଦ ରହିଛି ତାହା ଘରୋଇ ଆବଶ୍ୟକତାକୁ ପୂରଣ କରିବାକୁ ପର୍ଯ୍ୟାପ୍ତ । ମାତ୍ର ଗହମର ପରିମାଣ ଗତ ୧୪ ବର୍ଷରେ ସର୍ବନିମ୍ନସ୍ତରରେ ରହିଛି। ସରକାର ନିଜ ଲକ୍ଷ୍ୟଠୁ ଅଧା ଗହମ ଚାଷୀଙ୍କଠୁ କିଣି ପାରିଛନ୍ତି। ଏହା ପଛର ବଡ କାରଣ ୟୁକ୍ରେନ-ରୁଷ ଯୁଦ୍ଧ ଯୋଗୁଁ ରପ୍ତାନୀର ଚାହିଦା ବୃଦ୍ଧି ଘଟିଛି। ଫଳରେ ଗହମ ଚାଷୀ ବ୍ୟବସାୟୀଙ୍କୁ ନିଜର ମହଜୁଦ ଗହମ ବିକ୍ରି କରୁଛନ୍ତି।

ମାର୍ଚ୍ଚରେ ଭୀଷଣ ଗରମ କାରଣରୁ ଗହମ ଉତ୍ପାଦନରେ ହ୍ରାସ ଘଟିଛି। ଏହା ପରେ ସରକାର କଠୋର ପଦକ୍ଷେପ ନେଇ ମେ ମାସରେ ଗହମ ରପ୍ତାନୀ ଉପରେ କଟକଣା ଲଗାଇଥିଲେ। ସରକାର ଗତ ମାସରେ ୨୦ ପ୍ରତିଶତର ରପ୍ତାନୀ ଶୁଳ୍କ ଲଗାଇ ବିଦେଶୀ ଚାଉଳର ଆମଦାନୀ ଉପରେ ଅଙ୍କୁଶ ଲଗାଇଥିଲେ। ଆଉ ଏବେ ଖାଦ୍ୟ ଗୋଦାମରେ ଶସ୍ୟର ପରିମାଣ ହ୍ରାସ ଘଟିଛି।

Get real time updates directly on you device, subscribe now.