fbpx

ଭାରତରେ ପୁଅ ନୁହେଁ ଝିଅଙ୍କୁ ପୋଷ୍ୟ ସନ୍ତାନ ଭାବରେ କରାଯାଉଛି ପସନ୍ଦ

ନୂଆଦିଲ୍ଲୀ: ଅନେକ ସମୟରେ ଦମ୍ପତ୍ତି ବିଭିନ୍ନ କାରଣରୁ ସନ୍ତାନ ସୁଖ ଲାଭ କରିପାରିନଥାନ୍ତି । ଏପରିସ୍ଥଳରେ ସେମାନେ ପୋଷ୍ୟସନ୍ତାନ ଗ୍ରହଣ କରିଥାନ୍ତି । ତେବେ ନିକଟରେ ଏକ ସର୍ଭେରୁ ଜଣାପଡ଼ିଛି ଯେ ଭାରତରେ ପୋଷ୍ୟସନ୍ତାନ ଭାବରେ ପୁଅଙ୍କ ତୁଳନାରେ କନ୍ୟା ସନ୍ତାନ ଗ୍ରହଣ କରିବାକୁ ପସନ୍ଦ କରାଯାଉଛି ।

ଭାରତରେ ପୁଅ ଜନ୍ମ ସପକ୍ଷରେ ଅନେକ ରହିଥାଇପାରନ୍ତି । କିନ୍ତୁ ପୋଷ୍ୟ ସନ୍ତାନ ଗ୍ରହଣ କରିବା ସମୟରେ କନ୍ୟା ସନ୍ତାନକୁ ପସନ୍ଦ କରନ୍ତି  । ସେଣ୍ଟ୍ରାଲ୍ ଆଡପ୍ସନ୍ ରିସୋର୍ସ ଅଥରିଟି (ସିଏଆରଏ) ର ତଥ୍ୟ ଅନୂଯାୟୀ ବିଗତ ତିନି ବର୍ଷରେ ଗ୍ରହଣ କରାଯାଇଥିବା କନ୍ୟା ସନ୍ତାନଙ୍କ ହାର ୩୦% ରୁ କମ୍ ନୁହେଁ ।

ସୂଚନା ଅନୂଯାୟୀ, ଆର୍ଥିକ ବର୍ଷ ୨୦୨୧-୨୨ ରେ, ୧,୨୭୬ ପୁଅଙ୍କ ତୁଳନାରେ, ୩୦% ଝିଅ ଅର୍ଥାତ୍  ୧,୬୭୪ ଝିଅଙ୍କୁ ପୋଷ୍ୟସନ୍ତାନ ଭାବରେ ଗ୍ରହଣ କରାଯାଇଛି  । ଆର୍ଥିକ ବର୍ଷ ୨୦୨୦-୨୧ ରେ ଏହି ସଂଖ୍ୟା ୧,୨୮୬ ପୁଅ ବନାମ ୧,୮୫୬ ଝିଅ ଥିଲା । ଏହାର ଅର୍ଥ ହେଉଛି ଏକ ବର୍ଷ ବ୍ୟବଧାନରେ ୪୪% ଅତିରିକ୍ତ ଝିଅଙ୍କୁ ଗ୍ରହଣ କରାଯାଇଛି  । ଆର୍ଥିକ ବର୍ଷ ୧୯-୨୦ ରେ, ୧୪୧୩ ପୁଅ ତୁଳନାରେ, ୩୭%  ଅଧିକ ତଥା ୧୯୩୮ ଝିଅଙ୍କୁ ପୋଷ୍ୟସନ୍ତାନ ଭାବରେ ଗ୍ରହଣ କରାଯାଇଥିଲା ।

Get real time updates directly on you device, subscribe now.