ଶିବରାତ୍ରୀଦିନ ଏହି ସମୟରେ କରନ୍ତୁ ପୂଜା; ମିଳିବ ବିଶେଷ ଫଳ… ଦୂର କରନ୍ତୁ ବ୍ରତ ପାଳନକୁ ନେଇ ଥିବା ଦ୍ୱନ୍ଦ୍ୱ
ଏହିଦିନ ପାଳନ କରନ୍ତୁ ଶିବରାତ୍ରୀ । ମିଳିବ ଶୁଭଫଳ ଓ ପୂରା ହେବ ମନକାମନା ।
ଓଡ଼ିଶା ଭାସ୍କର: ମହାଦେବଙ୍କ ପୂଜାର୍ଚ୍ଚନା ପାଇଁ ଶିବରାତ୍ରୀ ଖୁବ୍ ଖାସ୍ । ଯେଉଁ କାରଣରୁ ଶିବରାତ୍ରୀର ବେଶ୍ ଗୁରୁତ୍ୱ ରହିଛି । ପାଞ୍ଜି ମୁତାବକ ଫଗୁଣ ମାସ କୃଷ୍ଣ ପକ୍ଷରେ ଶିବରାତ୍ରୀ ପାଳନ କରାଯାଏ । କିନ୍ତୁ ଡେଟକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି । ଚାଲନ୍ତୁ ଜାଣିବା ପ୍ରକୃତରେ କେଉଁ ତାରିଖରେ ପାଳନ ହେବ ଏ ବର୍ଷର ଶିବରାତ୍ରୀ…
ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ପ୍ରତିବର୍ଷ କିନ୍ତୁ ଶିବରାତ୍ରୀର ତାରିଖ ବଦଳିଯାଏ । ଏ ବର୍ଷ ମଧ୍ୟ ତିଥିକୁ ନେଇ ସମାନ ସ୍ଥିତି ଦେଖିବାକୁ ମିିଳିଛି । କିଛି ଲୋକ ଶିବରାତ୍ରୀ ୨୬ ତାରିଖରେ ପାଳିବାକୁ କହୁଥିବାବେଳେ ଆଉକିଛି ୨୭ ତାରିଖରେ ପାଳିବାକୁ କହୁଛନ୍ତି ।
ପଣ୍ଡିତଙ୍କ ଗଣନା ଅୁନସାରେ ଫଗୁଣ ମାସ ଚର୍ତୁଦଶୀ ତିଥି ୨୬ ତାରିଖ ପୂର୍ବାହ୍ଣ ୧୧ଟା ୮ରେ ଆରମ୍ଭ ହେବାକୁ ଥିବାବେଳେ ପରଦିନ ଅର୍ଥାତ୍ ୨୭ ତାରିଖ ସକାଳ ୮ଟା ୫୪ ମିନିଟ ପର୍ଯ୍ୟନ୍ତ ରହିବ । ୨୬ ତାରିଖ ଦିନ ରାତିରେ ମଧ୍ୟ ଆପଣମାନେ ଶିବଙ୍କ ପୂଜା କରିପାରିବେ ।
ଶିବରାତ୍ରୀରେ ସକାଳ ଅପେକ୍ଷା ରାତି ପୂଜାକୁ ଗୁରୁତ୍ୱ ଦିଆଯାଏ । ଏହିଦିନ ବ୍ରହ୍ମ ମୁହୂର୍ତ୍ତରେ ପୂଜା କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ । ଏଥିସହ ମନକାମନା ମଧ୍ୟ ପୂରା ହୁଏ ।
ବ୍ରହ୍ମ ମୁହୂର୍ତ୍ତ: ୨୬ ତାରିଖ ସକାଳ ୫ଟା ୧୭ରୁ ୬ଟା ୫
ପ୍ରଥମ ପ୍ରହର ପୂଜା: ୨୬ ତାରିଖ ସକାଳ ୬ଟା ୨୯ରୁ ୯ଟା ୩୪
ଦ୍ୱିତୀୟ ପ୍ରହର ପୂଜା: ୨୬ ତାରିଖ ୯ଟା ୩୪ରୁ ୧୨ଟା ୩୯
ତୃତୀୟ ପ୍ରହର ପୂଜା: ୨୬ ତାରିଖ ୧୨ଟା ୩୯ରୁ ୩ଟା ୪୫
ଚତୁର୍ଥ ପ୍ରହର ପୂଜା: ୨୭ ତାରିଖ ଭୋର୩ଟା ୪୫ରୁ ୬ଟା ୫୦ ପର୍ଯ୍ୟନ୍ତ