fbpx

ଗର୍ଭବତୀମାନେ କେବେ କରୋନା ଟିକା ନେବା ଉଚିତ୍, ଜାଣନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ୍

Advertisement

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ବିଶ୍ୱର ସବୁଠାରୁ ଅଧିକ ଟିକାକରଣ ଦେଶ ମଧ୍ୟରେ ଭାରତ ପ୍ରଥମ ସ୍ଥାନ ଅଧିକାର କରିଛି । ଏହାରି ମଧ୍ୟରେ ଗର୍ଭବତୀ ମହିଳାଙ୍କ ଟିକାକରଣକୁ ନେଇ ଗାଇଡଲାଇନ୍ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।ଏହାର ୩ ଦିନ ପୂର୍ବରୁ ଗର୍ଭବତୀ ମହିଳାମାନେ କରୋନା ଟିକା ଲଗାଇପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଏବେ ଗର୍ଭବତୀ ମହିଳାଙ୍କ ଟିକାକରଣ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗାଇଡଲାଇନ୍ ଜାରି କରିଛି ।

ଗାଇଡଲାଇନ୍ ମୁତାବକ, ଗର୍ଭଧାରଣ ସମୟରେ କରୋନା ଭାଇରସର ବିପଦ ବଢ଼ିନଥାଏ । ଅଧିକାଂଶ ଗର୍ଭବତୀ ମହିଳାଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଯିବ, କିନ୍ତୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଶୀଘ୍ର ଖରାପ ହୋଇପାରେ ଓ ଏହାରେ ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ବି ପଡ଼ିପାରେ । ଏହି ସମୟରେ କରୋନା କବଳରୁ ରକ୍ଷା ପାଇବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିବା ଜରୁରୀ । ସେଥିପାଇଁ ଗର୍ଭବତୀ ମହିଳାମାନେ କରୋନା ଟିକା ନେବା ଉଚିତ୍ ବୋଲି ପରାମର୍ଶ ଦିଆଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଯଦି କୌଣସି ମହିଳା ଗର୍ଭାବସ୍ଥାରେ କରୋନା ପଜିଟିଭ ହୁଅନ୍ତି, ତେବେ ତାଙ୍କୁ ପ୍ରସବ ପରେ ତୁରନ୍ତ ଟିକା ଦିଆଯିବା ଉଚିତ୍ । ଉପଲବ୍ଧ ଥିବା ଟିକା ସୁରକ୍ଷିତ ହୋଇଥିବା ବେଳେ ଟିକାକରଣ ଗର୍ଭବତୀ ମହିଳାମାନଙ୍କୁ କରୋନା ଭାଇରସରୁ ରକ୍ଷା କରିଥାଏ ।

ତେବେ କୌଣସି ଔଷଧ ପରି ଟିକାର ମଧ୍ୟ ପାଶ୍ୱର୍ ପ୍ରତିକ୍ରିୟା ରହିଛି, ଯାହାକି ସାମାନ୍ୟ ରୂପରେ ହାଲକା ହୋଇଥାଏ । ଟିକା ନେଇଥିବା ସ୍ଥାନରେ ଯନ୍ତ୍ରଣା ଅନୁଭବ କରିପାରନ୍ତି ବା ୧-୩ ଦିନ ପର୍ଯ୍ୟନ୍ତ ଜ୍ୱର ହୋଇପାରେ ।

Get real time updates directly on you device, subscribe now.