fbpx

ମହାକାଶରୁ କେବେ ଫେରିବେ ସୁନିତା ୱିଲିୟମ୍ସ, ଷ୍ଟାରଲାଇନର ସ୍ପେସକ୍ରାଫ୍ଟ କେତେ ସୁରକ୍ଷିତ ତାଙ୍କ ପାଇଁ ଜାଣନ୍ତୁ

Advertisement

ଓଡିଶା ଭାସ୍କର: ପ୍ରାୟ ୨ ସପ୍ତାହ ହେବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ମହାକାଶରୁ ଫେରି ଧରାପୃଷ୍ଠରେ ପାଦ ଦେଇ ନାହାନ୍ତି । ଯାନ୍ତ୍ରିକ ତୃଟିକୁ ଏଥିପାଇଁ ଦାୟୀ କରାଯାଉଛି । ସେ ଯାଇଥିବା ସ୍ପେସକ୍ରାଫ୍ଟରେ ଇନ୍ଧନର କିଛି ଅସୁବିଧା ଥିବା ଜଣା ପଡିଛି । ସୁନିତା ୱିଲିୟମ୍ସ ଯେଉଁ ଷ୍ଟାରଲାଇନର ସ୍ପେସକ୍ରାଫ୍ଟରେ ମହାକାଶ ଯାଇଛନ୍ତି ତାହା ତାଙ୍କର ପ୍ରଥମ ମାନବଯୁକ୍ତ ଟ୍ରାୟଲ ଅଟେ । ଷ୍ଟାରଲାଇନର ଅନ୍ତରୀକ୍ଷ ଯାନ ଆରମ୍ଭରୁ ହିଁ ଅସୁବିଧାର ସାମ୍ନା କରି ଆସୁଛି । ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିସାରିଛି ।
ଭାରତୀୟ ବଂଶୋଦ୍ଭବ ସୁନିତା ୱଲିୟମ୍ସ ଷ୍ଟାରଲାଇନରର ଏହି କ୍ୟାପ୍ସୁଲରେ ପ୍ରଥମଥର ପାଇଁ ବସି ଉଡାନ ଭରିଥିଲେ । ଏଥିରେ ମାନବ ପ୍ରଥମଥର ଯାତ୍ରା କରିଛି । ଏହା ଷ୍ଟାରଲାଇନର କ୍ରୁ ଫ୍ଲାଇଟ ଟେଷ୍ଟ ସ୍ପେସକ୍ରାଫ୍ଟ ଅଟେ । ବୋଇଂ ଡିଫେନ୍ସ ସ୍ପେସ ଆଣ୍ଡ କ୍ରାଫ୍ଟ ସିକ୍ୟୁରିଟି କମ୍ପାନୀ ଏହାକୁ ତିଆରି କରିଛି । ଏହାର ଉଦ୍ଦେଶ୍ୟ ଥିଲା ସ୍ପେସ ଷ୍ଟେସନ ପର୍ଯ୍ୟନ୍ତ ମହାକାଶଚାରୀଙ୍କୁ ପହଞ୍ଚାଇ ପରବର୍ତ୍ତୀ ସମୟରେ ସେଠାରୁ ପୃଥିବୀପୃଷ୍ଠକୁ ଆଣିବା । ନାସା କମର୍ସିଆଲ କ୍ରୁ ପ୍ରୋଗ୍ରାମ ମାଧ୍ୟମରେ ଏହି ସ୍ପେସକ୍ରାଫ୍ଟକୁ ତିଆରି କରିବା ପାଇଁ ବୋଇଂକୁ କହିଥିଲା । ଏହାର ମଡେଲ ପ୍ରଥମଥର ପାଇଁ ୨୦୧୦ ମସିହାରେ ପ୍ରସ୍ତୁତ ହୋଇଥିଲା । ଅପୋଲୋ, ସ୍ପେସ ସଟଲ ତଥା ସ୍ପେସ ଷ୍ଟେସନ ପ୍ରୋଗ୍ରାମରୁ ବୋଇଂର ନାସା ସହ ଭଲ ସମ୍ପର୍କ ରହିଛି ।

୨୦୧୧ ମସିହାରେ ଏହାକୁ ତିଆରି ପାଇଁ ସବୁଜ ସଂକେତ ମିଳିଥିଲା । ଷ୍ଟାରଲାଇନର ତିଆରି ହେବାକୁ ପ୍ରାୟ ୬ ହଶ ୭ ବର୍ଷ ସମୟ ଲାଗି ଯାଇଥିଲା । ୨୦୧୭ ମସିହାରେ ଏହା ସମ୍ପୂର୍ଣ୍ଣ ହୋଇଥିଲା । ୨୦୨୯ ସମୟରେ ଏହାକୁ ମହାକାଶକୁ ପଠାଯାଇଥିଲା । ମାତ୍ର ସେହି ସମୟରେ ମାନବରହିତ ଭାବରେ ଏହା ମହାକାଶରେ ପାଦ ଥାପିଥିଲା । ଯାହା ନିଜର ଅସୁବିଧା ପାଇଁ ସ୍ପେସ ଷ୍ଟେସନ ପର୍ଯ୍ୟନ୍ତ ଯାଇ ପାରି ନ ଥିଲା । ଏଥିରେ ଯାନ୍ତ୍ରିକ ତ୍ରୁଟି ଥିଲା । ପରବର୍ତ୍ତୀ ସମୟରେ ବି ୨୦୨୦ ମସିହାରେ ଏହାକୁ ଆଉଥରେ ନାସା ପଠାଇଥିଲା । ମାତ୍ର ପୂର୍ବଥର ଭଳି ଏହା ବିଫଳ ହୋଇଥିଲା । ୨୦୨୨ ମସିହାରେ ମନୁଷ୍ୟ ଭଳି ଦେଖାଯାଉଥିବା କୃତ୍ରିମ ମହାକାଶଚାରୀକୁ ପୁଣି ଏହି ସ୍ପେସକ୍ରାଫ୍ଟରେ ପଠାଗଲା । କିନ୍ତୁ, ଏଥର ବି ଅର୍ବିଟାଲ ମ୍ୟାନୁଫେକଚରିଂ ଓ ଏଟିଟ୍ୟୁଟ କଣ୍ଟ୍ରୋଲ ଥ୍ରଷ୍ଟର୍ସ ସିଷ୍ଟମ ଫେଲ ମାରିଥିଲା ।
ପରବର୍ତ୍ତା ସମୟରେ ଏହା ସ୍ପେସ ଷ୍ଟେସନକୁ ପହଞ୍ଚି ପାରିଥିଲା । ମାତ୍ର ପୂର୍ଣ୍ଣ ଭରଷା ଯୋଗ୍ୟ ହୋଇ ପାରି ନ ଥିଲା । ସବୁକିଛି ଠିକ ରହିଲା ପରେ ସୁନିତାଙ୍କୁ ୨୦୧୭ ମସିହାରୁ ଏ ଉଡାନ ପାଇଁ ପ୍ରସ୍ତୁତ କରାଯାଉଥିଲା । ମାତ୍ର ଅନେକ କାରଣରୁ ଏହା ଜୁଲାଇ ୨୦୨୩ ପର୍ଯ୍ୟନ୍ତ ଆସିଥିଲା ଓ ଶେଷରେ ୭ ଅଗଷ୍ଟ ୨୦୨୩ ରେ ଏହାକୁ ତିଆରି କରିଥିବା କମ୍ପାନୀ କହିଲା ଯେ ଏହି ସ୍ପେସକ୍ରାପ୍ଟର ସବୁ ଅସୁବିଧା ଦୂର ହୋଇ ସାରିଛି । ଫଳରେ ୫ ଜୁନରେ ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ବୈରୀ ବୁଚ ବିଲମୋର ଏଥିରେ ଉଡାଣ ଭରିଥିଲେ ଅନ୍ତରୀକ୍ଷକୁ । ୧୩ ଜୁନରେ ଏମାନଙ୍କୁ ମହାକାଶରୁ ଫେରିବାର ଥିଲା, ମାତ୍ର ସ୍ପେସକ୍ରାଫ୍ଟର ଯାନ୍ତ୍ରିକ ତ୍ରୁଟି କାରଣରୁ ଫେରି ପାରି ନାହାନ୍ତି ।

Get real time updates directly on you device, subscribe now.