fbpx

କେନାଲରେ ଖସିପଡ଼ିଥିଲେ ୨ ଯୁବକ: ୟୁନିଫର୍ମରେ ଥିବା କନଷ୍ଟେବଳ ଡେଇଁପଡି ବଞ୍ଚାଇଦେଲେ ଜୀବନ, ସାମ୍ନାକୁ ଆସିଲା Video

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଜଧାନୀ ଲଖନଉରେ ଜଣେ ଟ୍ରାଫିକ ହେଡ କନଷ୍ଟେବଳଙ୍କ ସାହସ ଯୋଗୁଁ ୨ ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇଛି । ସୂଚନା ମୁତାବକ, ରାଜଧାନୀ ଲଖନଉର ପାକରି କେନାଲରେ ଦୁଇଜଣ ବାଇକ୍ ଆରୋହୀ ଖସିପଡିଥିଲେ । ବାଇକ୍ ଆରୋହୀ କେନାଲରେ ପଡିଥିବାର ଦେଖି ହେଡ କନଷ୍ଟେବଳ କେନାଲକୁ ଡେଇଁପଡିଥିଲେ ଏବଂ ବହୁ ସଂଘର୍ଷ ପରେ ଉଭୟ ବାଇକ ଆରୋହୀଙ୍କୁ ବାହାରକୁ ଆଣିଥିଲେ ।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ସମସ୍ତେ ଟ୍ରାଫିକ ହେଡ କନଷ୍ଟେବଳ ପଙ୍କଜ ପାଣ୍ଡେଙ୍କ ସାହସକୁ ପ୍ରଶଂସା କରୁଛନ୍ତି । କୁହାଯାଉଛି ଯେ, ଅନିୟନ୍ତ୍ରିତ ହେତୁ ହଠାତ୍ ଉଭୟ ବାଇକ୍ ଆରୋହୀ ପାକରି କେନାଲରେ ପଡ଼ିଯାଇଥିଲେ । ସେହି ବାଟ ଦେଇ ଯାଉଥିବା ହେଡ୍ କନଷ୍ଟେବଳ ଦୁହିଁଙ୍କୁ ବୁଡ଼ି ଯାଉଥିବାର ଦେଖିଥିଲେ ଓ ପରେ ସେ ଦୁହିଁଙ୍କୁ ବଞ୍ଚାଇବା ପାଇଁ କେନାଲକୁ ଡେଇଁ ପଡିଥିଲେ ।

ୟୁନିଫର୍ମ ପିନ୍ଧି ଟ୍ରାଫିକ ହେଡ କନଷ୍ଟେବଳ ପଙ୍କଜ ପାଣ୍ଡେ କେନାଲକୁ ଡେଇଁବା ପରେ ଉଭୟ ଯୁବକଙ୍କୁ ଟାଣି ବାହାରକୁ ନେଇଆସିଥିଲେ । ଏହି ସମୟରେ ସେଠାରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା, ଯେଉଁମାନେ ଟ୍ରାଫିକ ହେଡ କନଷ୍ଟେବଳ ପଙ୍କଜ ପାଣ୍ଡେଙ୍କୁ ମଧ୍ୟ ସାହାଯ୍ୟ କରିଥିଲେ । ଏହି ଭିଡ଼ର ଜଣେ ବ୍ୟକ୍ତି ପଙ୍କଜ ପାଣ୍ଡେଙ୍କ ସାହସିକତାର ଏକ ଭିଡିଓ କରିଥିଲେ, ଯାହାକି ଏବେ ଭାଇରାଲ ହେବାରେ ଲାଗିଛି । ଉଭୟ ବାଇକ୍ ଆରୋହୀ ଟ୍ରାଫିକ୍ ହେଡ୍ କନଷ୍ଟେବଳ ପଙ୍କଜ ପାଣ୍ଡେଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଉଭୟ ଯୁବକଙ୍କ ଜୀବନ ରକ୍ଷା କରିଥିବା ଟ୍ରାଫିକ ହେଡ କନଷ୍ଟେବଳ ପଙ୍କଜ ପାଣ୍ଡେଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି ।

 

Get real time updates directly on you device, subscribe now.