fbpx

କେତେବେଳେ ମୁକୁଳିବେ ଆର୍ଯ୍ୟନ? ସୂଚନା ଦେଲେ ଓକିଲ ସତୀଶ ମାନସିନ୍ଦେ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିନେତା ଶାହରୁଖ ଖାନ୍ ଙ୍କ ପୁ ଆର୍ଯ୍ୟନ ଖାନ ଆଜି ସନ୍ଧ୍ୟାରେ ଜେଲରୁ ମୁକୁଳିବେ । ଶୁକ୍ରବାର ଦିନ ଆର୍ଯ୍ୟନଙ୍କ ଓକିଲ ସତୀଶ ମାନସିନ୍ଦେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆଜି ସନ୍ଧ୍ୟା ସୁଦ୍ଧା ହାଇକୋର୍ଟର ରେଜିଷ୍ଟ୍ରି ବିଭାଗ ପକ୍ଷରୁ ଆଦେଶ ମିଳିବା ନେଇ ଆଶା କରୁଛୁ । ତେବେ ଆଦେଶ ମିଳିବା ପରେ ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟରେ ଉପସ୍ଥାପନ କରିବେ । ଜେଲ୍ କର୍ତ୍ତୃପକ୍ଷଙ୍କ ପାଖରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପହଞ୍ଚିବା ପରେ ଜେଲରୁ ଆର୍ଯ୍ୟନଙ୍କୁ ସନ୍ଧ୍ୟାରେ ବାହାରକୁ ଯିବାକୁ ଦିଆଯିବ । ସୂଚନା ଥାଉ ଯେ, ଗତ ୨୨ ଦିନ ଧରି ଆର୍ଥର୍ ରୋଡ ଜେଲରେ ରହିବା ପରେ ଆଜି ମୁକୁଳିବେ । ତେବେ ଆର୍ଯ୍ୟନଙ୍କୁ ଜେଲରୁ ଆଣିବା ପାଇଁ ଖୋଦ୍ ଶାହରୁଖ ଖାନ୍ ଯାଇପାରନ୍ତି । ଆଜି ଆର୍ଯ୍ୟନ ଜେଲରୁ ମୁକୁଳିବାକୁ ଥିବାରୁ ଜେଲ୍ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.