fbpx

ଓଡିଶାରେ କେବେ ଖୋଲିବ ସ୍କୁଲ ଓ କେବେ ଆରମ୍ଭ ହେବ ପାଠପଢା ? ଜାଣନ୍ତୁ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା ସଂକ୍ରମଣ ଧିରେ ଧିରେ ହ୍ର୍ରାସ ପାଉଥିବା ବେଳେ ରାଜ୍ୟରେ କେବେ ସ୍କୁଲ ଖୋଲିବ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି । ଏହାରି ମଧ୍ୟରେ ରାଜ୍ୟରେ ପାଠପଢା ଓ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ ଖୋଲିବା ଓ ପାଠପଢା ନେଇ କେନ୍ଦ୍ର ସହ ଆଲୋଚନା ହେବା ସହ ସମୀକ୍ଷା କରାଯାଇଛି । ଶିକ୍ଷାବର୍ଷ ଏକପ୍ରକାର ସରିଯାଇଛି, କିନ୍ତୁ ସ୍କୁଲ ଖୋଲାଯାଇ ପାରିନାହିଁ । ସର୍ବଭାରତୀୟ ସ୍ତରରେ ଗୋଟିଏ ବାଟ ବାହାରି ପାରିଲେ ଭଲ ହୁଅନ୍ତା । ଜୁନ ପ୍ରଥମ ସପ୍ତାହରେ ଏନେଇ ଚିନ୍ତା କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ଅନ୍ୟପଟେ ଖରାଦିନ ଛୁଟି ସରୁଥିବାରୁ ଜୁନ୍ ପହିଲାରୁ ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବାକୁ ଯାଉଛି । ମେ’ ୩୧ ତାରିଖ ଯାଏ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖରାଦିନ ଛୁଟି ଘୋଷଣା କରାଯାଇଥିଲା । ଏନେଇ ସମସ୍ତ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ ।

ତେବେ ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ଏବେ ଆଗ ଅପେକ୍ଷା ହ୍ରାସ ପାଇଛି । ଗତ ୨୪ ଘଣ୍ଟା ରାଜ୍ୟରେ ୭ ହଜାର ୨୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪ ହଜାର ୦୪୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩ ହଜାର ୧୭୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୩୯,୯୫୫କୁ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ୧,୦୨,୦୭୨ ଥିବା ବେଳେ ୬,୩୫,୧୭୯ ଜଣ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.