ରାକ୍ଷୀ ପୂର୍ଣ୍ଣିମାରେ ପଡ଼ୁଛି ରାହୁକାଳ, କେଉଁ ସମୟରେ ଭାଇ ହାତରେ ବାନ୍ଧିବେ ରାକ୍ଷୀ

କେଉଁ ସମୟରୁ କେଉଁ ସମୟ ମଧ୍ୟରେ ରାକ୍ଷୀ ବାନ୍ଧିବା ଭାଇ ପାଇଁ ଶୁଭ ହୁଏ।

ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା। ଆସନ୍ତାକାଲି ଅର୍ଥାତ ୯ ଅଗଷ୍ଟରେ ପଡ଼ୁଛି ରାକ୍ଷୀ ପୂର୍ଣ୍ଣିମା। ଭାଇ ଭଉଣୀଙ୍କ ପାଇଁ ଅତୁଟ ବନ୍ଧନର ଏହି ପୂର୍ଣ୍ଣିମା।

ଏହି ଦିନରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧୀ ଭାଇର ଶୁଭ ମନାସେ। ତା ସହ ଭାଇର ଦୀଘାୟୁ କାମନା କରେ।

ହିନ୍ଦୁ ଧର୍ମରେ ଶୁଭ ମୁହୁର୍ତ୍ତ ସମୟରେ ଏହି କାର୍ଯ୍ୟ କରିବା ବହୁତ ଭଲ ବୋଲି କୁହାଯାଏ। ରାକ୍ଷୀ ପୂର୍ଣ୍ଣିମାରେ ମଧ୍ୟ ଶୁଭ ମୁହୁର୍ତ୍ତରେ ରାକ୍ଷୀ ବାନ୍ଧିବା ବେଶ ଶୁଭ।

ଏହି ସମୟରେ ଭାଇ ହାତରେ ରାକ୍ଷୀ ବାନ୍ଧିଲେ ଭାଇର ଭଲ ହୁଏ। କୌଣସି ଖରାପ ସ୍ଥିତି ଭାଇ ଜୀବନରେ ଆସି ନଥାଏ।

ଏହି ବର୍ଷ ଅର୍ଥାତ ୯ ଅଗଷ୍ଟ ଶନିବାର ଦିନ ରାକ୍ଷୀ ବାନ୍ଧିବାର ଶୁଭ ସମୟ ମଧ୍ୟ ଅଛି। କେଉଁ ସମୟରୁ କେଉଁ ସମୟ ମଧ୍ୟରେ ରାକ୍ଷୀ ବାନ୍ଧିବା ଭାଇ ପାଇଁ ଶୁଭ ହୁଏ।

ଶାବଣ ମାସ ଶୁକ୍ଲ ପକ୍ଷ ପୂର୍ଣ୍ଣିମା ତିଥିରେ ରାକ୍ଷୀ ପୂର୍ଣ୍ଣିମା ପର୍ବ ପାଳନ କରାଯାଏ। ଏହି ବର୍ଷ ରକ୍ଷାବନ୍ଧନ ଭଦ୍ରା କାଳରୁ ସମ୍ପୁର୍ଣ୍ଣ ଭାବେ ମୁକ୍ତ।

ପାଖାପାଖି ୪୦ ବର୍ଷ ପରେ ଏହି ସଂଯୋଗ ପଡ଼ିଛି। ଦିନର ଯେକୌଣସି ସମୟରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ପାରିବ। ଏହି ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ସର୍ବଥା ସିଦ୍ଧି ଯୋଗ, ସୌଭାଗ୍ୟ ଯୋଗ, ବୃଦ୍ଧାଦିତ୍ୟ ଯୋଗ ସହ ବୃହସ୍ପତି ଏବଂ ଶୁକ୍ରର ସଂଯୋଗ ରହୁଛି।

କିଛି ଜ୍ୟୋତିଷ ଏହା ମଧ୍ୟ ଦାବି କରିଛନ୍ତି ସକାଳ ୯ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ ଭାଇ ହାତରେ ରାକ୍ଷୀ ବାନ୍ଧନ୍ତୁନି। ଏହି ସମୟରେ ରାହୁ ଦୋଷ ରହୁଛି।

ଯଦି କେହି ଏହି ସମୟରେ ରାକ୍ଷୀ ବାନ୍ଧେ ତେବେ ଗୋଟେ ବର୍ଷ ଉଭୟ ଭାଇ ଭଉଣୀ ଏହି ରାହୁ ଦଷାରେ ଛନ୍ଦି ହେବେ।

ଏହା ସହ ଭାଇ ହାତରେ ରାକ୍ଷୀ ବାନ୍ଧିବା ସମୟରେ ମଥାରେ ସିନ୍ଦୁର ଚନ୍ଦନ ଟିପା ସହିତ ହଳଦୀର ତିଲକ ମଧ୍ୟ ଲଗାନ୍ତୁ ଭାଇ ମଥାରେ।

ରାକ୍ଷୀ ବାନ୍ଧିବା ପରେ ଭାଇକୁ କିଛି ଜିନିଷ ଉପହାର ମଧ୍ୟ ଦିଅନ୍ତୁ ଦେଖିବେ ଏହା ଉଭୟଙ୍କ ଜୀବନରେ ବେଶ ଖୁସି ଆଣିବ।